ତହସିଲଦାରଙ୍କୁ ଆକ୍ରମଣ ଘଟଣା, ୮ଜଣ ଗିରଫ ଓ କୋର୍ଟ ଚାଲାଣ ।
ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ। ମାଟି ଖୋଳାରେ ବ୍ୟବହୃତ ଗୋଟିଏ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କରିଛି କାମାକ୍ଷାନଗର ପୋଲିସ
ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ ।
ତା-୨୭/୫/୨୦୨୩ ପରଜଙ୍ଗ-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରିକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣା।ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ। ମାଟି ଖୋଳାରେ ବ୍ୟବହୃତ ଗୋଟିଏ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କରିଛି କାମାକ୍ଷାନଗର ପୋଲିସ। ଏନେଇ ଶନିବାର ସାମ୍ବାଦିକ ସମିଳନି କରି ସୂଚନା ଦେଇଛନ୍ତି ଢେଙ୍କାନାଳ ଏସପି ଜ୍ଞାନ ରଞ୍ଜନ ମହାପାତ୍ର।ସୂଚନା ମୂତାବକ ଗତ ଶୁକ୍ରବାର ଦିନ ପଥରଖମ୍ବ ଗ୍ରାମ କେନାଲ ନିକଟରେ ଥିବା ଏକ ସରକାରି ଜମିରୁ ବେଆଇନ ଭାବେ ମାଟି ଖୋଳୁଥିବା ବେଳେ ଖବର ପାଇ ତହସିଲଦାର ପ୍ରଥମେ ଘଟଣା ସ୍ଥଳରେ ପହଞ୍ଚି ମାଟି ଉଠାଇବାକୁ ବାରଣ କରିଥିଲେ ଏବଂ ନିଜ ମୋବାଇଲରେ ଫଟୋ ଉଠାଇବା ବେଳେ ସେଠାରେ ଉପସ୍ଥିତ ଥିବା ମାଟି ଚାଲାଣ କାରୀ ମାନେ ତହସିଲଦାରଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଥିଲେ।ଖବର ପାଇ ରାଜସ୍ବନିରିକ୍ଷକ ଓ କନିଷ୍ଠ କିରାନି ପହଞ୍ଚି ଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।ମାଫିଆ ମାନେ ଆକ୍ରମଣ କରି ଟ୍ରାକ୍ଟର ଓ ଜେସିବିକୁ ନେଇ ଫେରାର ହୋଇଯାଇଥିଲେ।ତହସିଲଦାରଙ୍କୁ ମରଣାତ୍ମକ ଆକ୍ରମଣ ସହ ତାଙ୍କ ଉପରେ ଜେସିବି ଚଢାଇ ହତ୍ୟା ଉଦ୍ୟମ କରାଯାଇଥିବା କାମାକ୍ଷାନଗର ଥାନାରେ ଅଭିଯୋଗ ହୋଇଥିଲା।ତହସିଲଦାର ଗୁୁରୁତର ଭାବେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି ହୋଇଥିଲେ।ପରବର୍ତ୍ତି ସମୟରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରଥମେ ୨ ଜଣଙ୍କୁ ଗିରଫ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା।ମୋଟ ୮ ଜଣଙ୍କୁ ଗିରଫ କରାଯିବା ସହ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଗିରଫ ୮ ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ପଥରଖମ୍ବ ଗ୍ରାମରୁ ଓ ଅନ୍ୟ ତିନି ଜଣ ଜଣେ ମୁକ୍ତାପଶି , ଜଣେ ଚୁଳିଆ,ଓ ଆଉ ଜଣେ କାମାକ୍ଷାନଗର ରାମ ମନ୍ଦିର ନିକଟ ଗାଁରୁ , ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯିବା କହିଛନ୍ତି ଢେଙ୍କାନାଳ ଏସ୍ସି।ଏହି ସାମ୍ବାଦିକ ସମିଳନୀରେ କାମାକ୍ଷାନଗର SDPO ରଞ୍ଜନ କୁମାର ଦେ ଓ କାମାକ୍ଷାନଗର ଥାନା ଅଧିକାରି ଶରତ ମହାଳିକ ଉପସ୍ଥିତ ଥିଲେ।