ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷାଫଳ

http://orissaresults.nic.in/. ୱେବସାଇଟରେ ରେଜଲ୍ଟ ଦେଖିପାରିବେ

୮୪.୯୩% ପରୀକ୍ଷାର୍ଥୀ ବିଜ୍ଞାନ ଓ ୮୧.୧୨% ପରୀକ୍ଷାର୍ଥୀ ବାଣିଜ୍ୟରେ ପାସ୍ କରିଛନ୍ତି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ଆଜି ଦିନ ୧୧.୦୦ଟା ସମୟରେ ପରୀକ୍ଷାଫଳ ପ୍ରକାଶ ପାଇଛି । û http://orissaresults.nic.in/. ୱେବସାଇଟରେ ରୋଲ ନମ୍ବର କିମ୍ବା ରେଜିଷ୍ଟ୍ରେସନ ନମ୍ବର ଦ୍ୱାରା ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ।
ଚଳିତ ବର୍ଷ ୩.୫ ଲକ୍ଷ ଛାତ୍ରଛାତ୍ରୀ ଓଡିଶା ଉଚ୍ଚ ଶିକ୍ଷା ପରିଷଦ ଅଧିନରେ ଯୁକ୍ତ ଦୁଇ ୨୦୨୩ ପରୀକ୍ଷା ଦେଇଥିଲେ । ୮୪.୯୩% ପରୀକ୍ଷାର୍ଥୀ ବିଜ୍ଞାନରେ ପାସ୍ କରିଥିବା ବେଳେ ୪୦,୦୦୦ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୮୧.୧୨% ପରୀକ୍ଷାର୍ଥୀ ବାଣିଜ୍ୟରେ ପାସ୍ କରିଛନ୍ତି ।