ଭିଜିଲାନ୍ସ ଜାଲରେ ନୂଆପଡ଼ା ବନଖଣ୍ଡ ଅଧିକାରୀ ସଞ୍ଜୟ ବାଗ

ଗିରଫ ପରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିକୋଣରୁ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ଭିଜିଲାନ୍ସ ଜାଲରେ ପଡିଛନ୍ତି

ନୂଆପଡା: ୨୦ ହଜାର ଟଙ୍କା ଲାଂଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନୂଆପଡା ବନଖଣ୍ଡ ଅଧିକାରୀ ସଞ୍ଜୟ ବାଗ । ୨୦୨୨ମସିହାରେ ସ୍ବେଚ୍ଛାକୃତ ଅବସର ନେବା ପରେ ଜଣେ ବ୍ୟକ୍ତି ତାଙ୍କ ଭଉଣୀଙ୍କ ସପକ୍ଷରେ ପେନସନ କାଗଜପତ୍ର ପ୍ରକ୍ରିୟାକରଣ ଓ ଅବସର କାଳୀନ ସୁବିଧା ପ୍ରଦାନ ପାଇଁ ଉକ୍ତ ବ୍ୟକ୍ତିଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିବା ଓ ଗ୍ରହଣ କରିବା ଅଭିଯୋଗରେ ଭିଜିଲାନ୍ସ ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡସ୍ଥିତ ଡିଏଫଓ ଟେରିଟୋରିଆଲ ଅଫିସର ବରିଷ୍ଠ ସହାୟକ ସଞ୍ଜୟ କୁମାର ବାଗଙ୍କୁ ଗିରଫ କରିଛି।
ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଅଧିକାରୀମାନେ ଅଭିଯୁକ୍ତଙ୍କୁ ରଙ୍ଗୀନ୍ହାତରେ ଧରିବା ପାଇଁ ଜାଲ ବିଛାଇଥିଲେ। ଅଭିଯୁକ୍ତଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଗିରଫ ପରେ ଆୟ ବହିର୍ଭୂତ ସମ୍ପତ୍ତି (ଡିଏ) ଦୃଷ୍ଟିକୋଣରୁ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।
ଏ ସଂକ୍ରାନ୍ତରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ ଏକ ମାମଲା (ନଂ.୧୬ ତାରିଖ ୩୦.୦୫.୨୦୨୩) ରୁଜୁ ହୋଇଛି। ଅଭିଯୁକ୍ତ ବାଗଙ୍କ ବିରୋଧରେ ତଦନ୍ତ ଚାଲିଛି ଏବଂ ବିସ୍ତୃତ ରିପୋର୍ଟକୁ ଅପେକ୍ଷା କରାଯାଇଛି।