ଭୁବନେଶ୍ୱରର ଆର୍ଦ୍ରତା ୫୪ ପ୍ରତିଶତ: ଆଇଏମଡି

ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିବା ବେଳେ ବର୍ତମାନ ୩୭ ଡିଗ୍ରୀ ତାପମାତ୍ରା ରହିଛି ।

୫ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ସକାଳ ୮ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୫.୬ ଡିଗ୍ରୀ ରହିଥିବା ବେଳେ ବର୍ତମାନ ୩୭ ଡିଗ୍ରୀ ତାପମାତ୍ରା ରହିଛି । ଏହାସହ ଆର୍ଦ୍ରତା ୫୪ ପ୍ରତିଶତ ରହିଛି । ଏ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ୫ଟି ଜିଲ୍ଲା ଯଥାକ୍ରମେ ସୋନପୁର, ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ଖୋର୍ଦ୍ଧା ଓ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।
ସୂଚନାନୁଯାୟୀ, ଆଜି ସକାଳ ୮ଟା ସୁଦ୍ଧା ଝାରସୁଗୁଡା ୩୬.୬ ଡିଗ୍ରୀ, ହୀରାକୁଦ ୩୫.୮ ଡିଗ୍ରୀ, ସମ୍ବଲପୁର ୩୬.୨ ଡିଗ୍ରୀ, ଭୁବନେଶ୍ଗବର ୩୫.୨ ଡିଗ୍ରୀ, ବାଲେଶ୍ୱର ୩୨.୪ ଡିଗ୍ରୀ, ଚାନ୍ଦବାଲି ୩୪ ଡିଗ୍ରୀ, ପୁରୀ ୩୪ ଡିଗ୍ରୀ, ଗୋପାଳପୁର ୩୧.୬ ଡିଗ୍ରୀ, ପାରାଦୀପ ୩୨.୮ ଡିଗ୍ରୀ ରହିଛି । ଏ ନେଇ ଏସଆରସି ପକ୍ଷରୁ ସ୍ୱତନ୍ତ୍ର ଆଡଭାଇଜରି ଜାରି କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଅଧିକ ଗରମ ଥିବାରୁ ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଜନସାଧାରଣଙ୍କ ମଧ୍ୟରେ ସତର୍କବାର୍ତା ପହଂଚାଇବା ପାଇଁ ଅବଶ୍ୟକ ପଦକ୍ଷେପ ନେବା ଉଚିତ୍ ବୋଲି ଜାରି ନିଦେ୍ର୍ଦଶାନାମାରେ ଉଲ୍ଲେଖ ରହିଛି ।