ଶକ୍ତିମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ନବନିର୍ମାଣ ଯୁବ ଛାତ୍ର ସଂଗଠନ
ରାଜ୍ୟରେ ବାରମ୍ବାର ବିଦ୍ୟୁତ କାଟ ଅଭିଯୋଗ କରି ନବନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତାମାନେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ କରିଛନ୍ତି
ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଆନେ୍ଦାଳନକାରୀ
ଭୁବନେଶ୍ୱର: ରାଜ୍ୟରେ ବାରମ୍ବାର ବିଦ୍ୟୁତ କାଟ ଅଭିଯୋଗ କରି ନବନିର୍ମାଣ ଯୁବ ଛାତ୍ର ସଂଗଠନର କର୍ମକର୍ତାମାନେ ରାଜ୍ୟ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବାସଭବନ ଘେରାଉ କରିଛନ୍ତି । ନିରବଚ୍ଛିନ୍ନ ଭାବରେ ବିଜୁଳି ଯୋଗାଣ ବ୍ୟାହତ ହେଉଥିବାରୁ ଟାଟା ପାୱାର ବିରୋଧରେ ଆନ୍ଦୋଳନକାରୀମାନେ ସ୍ଳୋଗାନ ଦେଇଛନ୍ତି । ରାଜ୍ୟରେ ବିଜୁଳି କାଟ ହେଉନଥିବା ଦାବି କରୁଥିବା ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ଆନ୍ଦୋଳନକାରୀ ।
ଜଣେ ଆନ୍ଦୋଳନକାରୀଙ୍କ କହିବା ମୁତାବକ, ଓଡିଶା ଏକ ବିଜୁଳି ବଳକା ରାଜ୍ୟ । କିନ୍ତୁ ଏହି ଗ୍ରୀଷ୍ମ ପ୍ରବାହ ମଧ୍ୟରେ ରାଜ୍ୟରେ ବାରମ୍ବାର ବିଜୁଳି କାଟ ହେଉଥିବାରୁ ଲୋକମାନେ ବହୁତ ହଇରାଣ ହେଉଛନ୍ତି । ଭିତିଭୂମି ବିକାଶ ପାଇଁ ୨୦ ହଜାର ଟଙ୍କା ମଞ୍ଜୁର ହୋଇଥିବା ବେଳେ ଭୁବନେଶ୍ୱରରେ ଭୂତଳ କେବଲ କାମ ପାଇଁ ଅତିରିକ୍ତ ପାଂଠି ମଞ୍ଜୁର କରାଯାଇଛି । କିନ୍ତୁ ଏହା ଜନସାଧାରଣଙ୍କୁ ଯୋଗାଇବାରେ ରାଜ୍ୟ ସରକାର ବିଫଳ । ତେବେ ଏହି ଆନ୍ଦୋଳନ ମଧ୍ୟରେ ପୋଲିସ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଯାଇଥିବା ବେଳେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଅନ୍ୟ ଜଣେ ବିକ୍ଷୋଭକାରୀ କହିଛନ୍ତି ।