ଭିଜିଲାନ୍ସ ଦ୍ୱାରା କୋଟିପତି ଯୋଗାଣ ଅଧିକାରୀ ଗିରଫ 

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି।

୨୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ

ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଛି। ଭିଜିଲାନ୍ସ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ଅନୁଯାୟୀ ମାମଲା ରୁଜୁ କରି ନାୟକଙ୍କୁ ଗିରଫ କରିଛି। ଶ୍ରୀ ନାୟକଙ୍କ ଭୁବନେଶ୍ୱର ଓ ପୁରୀରେ ଥିବା ୫ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ଏନେଇ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠାରୁ ୨୬୮ ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି।
ସୂଚନାନୁଯାୟୀ, ଭୁବନେଶ୍ୱର ଓ ପୁରୀ ନିମାପଡ଼ାରେ ୩ଟି ତିନି ମହଲା କୋଠା, ୨ଟି ଦ୍ୱିମହଲା କୋଠା, ଗୋଟିଏ ଫାର୍ମ ହାଉସ୍, ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ୭ଟି ପ୍ଲଟ୍ ସମେତ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଏହାବ୍ୟତୀତ ଚଢ଼ାଉ ବେଳେ ୧ କୋଟି ୫୦ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ଏବଂ ୧ଟି ଚାରି ଚକିଆ (ବୋଲେରୋ) ଓ ୩ଟି ଦୁଇ ଚକିଆ ଯାନର ମୂଲ୍ୟ ୭.୮ ଲକ୍ଷ ଟଙ୍କାର ଜବତ କରାଯାଇଛି। ତେବେ ଚୂଡ଼ାନ୍ତ ଆୟବହିର୍ଭୂତ ସମ୍ପତ୍ତି ମୂଲ୍ୟ ଆହୁରି ବଢ଼ିପାରେ ବୋଲି ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି।