ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି
ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି
ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ
ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡ଼ଦାଣ୍ଡ । ଭଜନକିର୍ତ୍ତନରେ ଉଛୁଳୁଛି ପରିବେଶ। ବାଜୁଛି ବିଜେ କାହାଳୀ। ଧାଡ଼ି ପହଣ୍ଡିରେ ତିନି ରଥକୁ ବିଜେ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀ ବଳଭଦ୍ରଙ୍କ ରଥ ତାଳଧ୍ୱଜରେ ବିଜେ ହେଲେ ରାମକୃଷ୍ଣ, ମା’ ସୁଭଦ୍ରାଙ୍କ ରଥ ଦେବଦଳନରେ ବିଜେ ହେଲେ ସୁଦର୍ଶନ ଏବଂ ନନ୍ଦିଘୋଷ ରଥରେ ବିଜେ ହେଲେ ପ୍ରଭୁ କାଳିଆ ଠାକୁର।
ଇତି ମଧ୍ୟରେ ଦେଖାଦେଇଛି ସିଂହଦ୍ୱାରରେ ଭକ୍ତଙ୍କ ଗହଳି। ଜନ ସମୁଦ୍ରରେ ଫାଟି ପଡ଼ୁଛି ବଡ଼ଦାଣ୍ଡ। ସଭିଙ୍କ ତୁଣ୍ଡରେ ରହିଛି ଜୟ ଜଗନ୍ନାଥ ନାମ। ବଡଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ହେଉଛି ମିଳନ। ହରିବୋଲ ହୁଳହୁଳି ଓ ଘଣ୍ଟଘଣ୍ଟାର ଶବ୍ଦରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ।