ମହିଳା କିରାଣୀଙ୍କୁ ସିଡିପିଓଙ୍କ ଦୁର୍ବ୍ୟବହାର: କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜଣେ ମହିଳା କିରାଣୀଙ୍କୁ ମାଡ ମାରିବା ସହ ଚେୟାରରୁ ଠେଲି ଦେବା ସମୟରେ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ନବରଙ୍ଗପୁର: ନବରଙ୍ଗପୁର ସିଡିପିଓଙ୍କ ମହିଳା କିରାଣୀଙ୍କ ପ୍ରତି ଦୁର୍ବ୍ୟବହାର । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜଣେ ମହିଳା କିରାଣୀଙ୍କୁ ମାଡ ମାରିବା ସହ ଚେୟାରରୁ ଠେଲି ଦେବା ସମୟରେ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଭଳି ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁସ୍ଥିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ । ଏହି ଘଟଣା ଜଣା ପଡିବା ପରେ ଉକ୍ତ ସିଡିପଓଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ଶାସନ ସଚିବ ପିକେ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁସାରେ, ନବରଙ୍ଗପୁର ସିଡିପିଓ ଗୀତାଞ୍ଜଳୀ ମହାରଣା ଓ ମୁଖ୍ୟ କିରାଣୀ ସନ୍ତୋଷୀ ମିଶ୍ରଙ୍କ ମଧ୍ୟରେ କୌଣସି କାରଣରୁ କଥା କଟାକଟି ହୋଇଥିଲା । କିନ୍ତୁ ଗୀତାଞ୍ଜଳୀ ମାନସିକ ଭାରସାମ୍ୟ ହରାଇ ସନ୍ତୋଷୀଙ୍କୁ ଚେୟାରରୁ ଠେଲି ଦେଇଥିଲେ ଓ ଗାଳିଗୁଲଜ କରିଥିଲେ । ଅନ୍ୟ କର୍ମଚାରୀମାନେ ରୋକିବାକୁ ଚେଷ୍ଟା କରିବା ସତ୍ୱେ ଗୀତାଞ୍ଜଳୀ ମାନି ନଥିଲେ । ଆଉ ସେହି ସମୟରେ କେହି ଜଣେ ଭିଡିଓ ଉତୋଳନ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ।