ଟ୍ୱିଟର ପାଇଁ ନୂଆ ନିୟମ: ଭେରିଫାଏଡ ଆକାଉଂଟ ହୋଲ୍ଡର ଦୈନିକ ପଢିବେ ୬୦୦୦ ପୋଷ୍ଟ

ଟ୍ୱିଟର ପାଇଁ ନୂଆ ନିୟମ ଆଣିଲେ ଏଲନ ମସ୍କ । ୟୁଜରଙ୍କ ପାଇଁ ବଢାଇଲେ କଟକଣା

ୟୁଜରଙ୍କ ପାଇଁ ସାଇନ ଇନ୍ ବାଧ୍ୟତାମୂଳକ; ଡାଟା ସ୍କ୍ରାପିଂ ରୋକିବା ପାଇଁ ମସ୍କଙ୍କ ନିଷ୍ପତି

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ନୂଆ ନିୟମ ଆଣିଲେ ଏଲନ ମସ୍କ । ୟୁଜରଙ୍କ ପାଇଁ ବଢାଇଲେ କଟକଣା । ଡାଟା ସ୍କ୍ରାପିଂ ଏବଂ ମାନିପୁଲେସନକୁ ରୋକିବା ପାଇଁ ମସ୍କ ଏହି ନିଷ୍ପତି ନେଇଛନ୍ତି । ପୂର୍ବରୁ ମସ୍କ ଭେରିଫାଏଡ ଆକାଉଂଟ ୟୁଜର ଦୈନିକ ୧୦,୦୦୦ ପୋଷ୍ଟ, ଅନ ଭେରିଫାଏଡ ୟୁଜର୍ସ ୧ ହଜାର ଓ ନୂଆ ଅନଭେରିଫାଏଡ ୟୁଜର୍ସ ଦୈନିକ ୫୦୦ ପୋଷ୍ଟ ପଢିବା ପାଇଁ ସମୟସୀମା ଧାର୍ଯ୍ୟ କରିଥିବା ବେଳେ ୭ ଘଂଟା ନପୂରୁଣୁ ପୁଣି ଟି୍ୱଟର ୟୁଜର୍ସଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି । ବର୍ତମାନ ନୂଆ ନିୟମ ଅନୁଯାୟୀ, ଭେରିଫାଏଡ ଆକାଉଂଟ ହୋଲ୍ଡର ଦୈନିକ ୬ ହଜାର ପୋଷ୍ଟ ଓ ଭେରିଫାଏଡ ହୋଇନଥିଲେ ଦୈନିକ ୬ ଶହ ପୋଷ୍ଟ ପଢି ପାରିବେ । ନୂଆ ଅନ୍ ଭେରିଫାଏଡ୍ ଆକାଉଂଟ ପାଇଁ ୩ ଶହ ପୋଷ୍ଟରେ ସୀମିତ ।
ସେହିପରି ୟୁଜର୍ସଙ୍କ ପାଇଁ ସାଇନ ଇନ୍ ବାଧ୍ୟତାମୂଳକ କରିଛି ଟ୍ୱିଟର । ଟ୍ୱିଟ୍, ଥ୍ରେଡ୍, ଫଟୋ ଏବଂ ଭିଡିଓ ଦେଖିବା ପାଇଁ ଉପଭୋକ୍ତାଙ୍କୁ ପ୍ଲାଟଫର୍ମରେ ସାଇନ୍-ଇନ୍ କରିବା ବାଧ୍ୟତାମୂଳକ କରିଛି । ମସ୍କଙ୍କ କହିବାନୁସାରେ, ଏହି ପଦକ୍ଷେପ ଡାଟା ଚୋରିକୁ ରୋକିବ ବୋଲି ଆଶା କରାଯାଉଛି । ଉପଭୋକ୍ତାଙ୍କ ପାଇଁ ସୁରକ୍ଷାକୁ ଦୃଷ୍ଟିରେ ରଖି ଅନଲାଇନ୍ ବାର୍ତାଳାପରେ ସ୍ୱଚ୍ଛତା, ବ୍ୟବହାରକାରୀଙ୍କ ଗୋପନୀୟତାକୁ ସୁରକ୍ଷିତ ରଖିବା ଏବଂ ନିରପେକ୍ଷତାକୁ ପ୍ରୋସôାହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ନିୟମ ଅସ୍ଥାୟୀ ଭାବେ ଲାଗୁ କରାଯାଇଛି ବୋଲି ମସ୍କ କହିଛନ୍ତି ।