ବର୍ଷା ଋଷିଛି ଚାଷୀ ମରୁଛି

ଚଳିତ ବର୍ଷ ପାଣିପାଗ ଅନୁକୂଳ ନ ଥିବାବେଳେ ଚାଷକାମ ଡେରି ରେ ଆରମ୍ଭ ହୋଇଛି

ଚାଷୀକୁ ଏବେ ଦଇବ ସାହା

ଧର୍ମଗଡ(ଦର୍ଶନ ନ୍ୟୁଜ) ଚାଷୀଙ୍କୁ ଏବେ ବର୍ଷା ଚିନ୍ତା ଅଧାରେ ଅଟକି ରହିଛି କାମ ଗତ କିଛିଦିନ ତଳେ ମୌସୁମୀ ବର୍ଷା ହେବାପରେ ଚାଷୀ ଙ୍କ ଭିତରେ ଏକ ପ୍ରକାର ଆଶା ସଞ୍ଚାର ଖେଳିଥିଲା ।ଜମିରେ ହଳ ଲଙ୍ଗଳ କରିବା ଆରମ୍ଭ କରିଥିଲା। ଏପରିକି ଅନୁକୂଳ ନ ଥାଇ ମଧ୍ୟ ଜମିରେ କେତେକାଂଶରେ ବିହାନତୋଳି ପକେଇ ସାରିଛି,ହେଲେ ବର୍ଷା ଅଚାନକ ଗାଏବ ଯୋଗୁଁ ଚାଷୀଙ୍କୁ ଚିନ୍ତା ବଢ଼ାଇଛି। ଚଳିତ ବର୍ଷ ପାଣିପାଗ ଅନୁକୂଳ ନ ଥିବାବେଳେ  ଚାଷକାମ ଡେରି ରେ ଆରମ୍ଭ ହୋଇଛି। ମୌସୁମୀ ଆସିବା ପରେ କିଛି ମାତ୍ରା ରେ ଖୁସି ଅନୁଭବ କରିଥିବା ଚାଷୀଙ୍କୁ ଏବେ କିନ୍ତୁ ଦ୍ଵି ଗୁଣିତ ଚିନ୍ତା ବଢ଼ାଇଛି ବର୍ଷା।ବର୍ଷା କୁ ଅନେଇ ଅନେଇ ଦିନ ସରିଯିବା ଭିତରେ ଚାଷ ପଦ୍ଧତିରେ ବିଭ୍ରାଟ ସ୍ଥିତି ଦେଖାଦେବା ଆଶଙ୍କା କରାଯାଉଛି । ଏମିତିରେ ପାଣିପାଗ ସ୍ଵାଭାବିକ ଠାରୁ ଦୂରେଇ ଯାଇ ଥିବା ବେଳେ ସଠିକ୍ ସମୟରେ ଚାଷୀ ଚାଷ କାମ କରିପାରିନାହିଁ ଯାହା ଚିନ୍ତାଜନକ ସ୍ଥିତି ଉପୁଜିଛି।ବିଗତ ବର୍ଷମାନଙ୍କରେ ମେ ମାସରୁ ଜୁନ ମଧ୍ୟରେ ଚାଷ ପଦ୍ଧତି ଆରମ୍ଭ ହୋଇଥବା ନଜର ହୋଇଥାଏ। ଏପରିକି ଜୁଲାଇ ସୁଦ୍ଧା ଜମି ମାନଙ୍କରେ ବିହାନପଡ଼ି ଧାନ ଉଠିବା, ରୋପା ବିୟୁସା କାମ ଶେଷ ହେବା ଦୃଶ୍ୟମାନ ହୋଇଥାଏ ହେଲେ ଚଳିତ ବର୍ଷ ଅଧିକାଂଶ ଜମିରେ ନା ଲାଗିଚି ଲଙ୍ଗଳ ର ଗାର ନା ପଡ଼ିଛି ଧାନ ବିହନ।ବର୍ଷା ଯେମିତି ଚାଷୀ ପ୍ରତି ଅକ୍ରୁର ସାଜିଛି