୩ ପିଲାଙ୍କୁ କୁଅରେ ଫିଙ୍ଗି ମାଆର ଆତ୍ମହତ୍ୟା ଉଦ୍ୟମ

ମାଆ ନିଜର ୩ ଜଣ ପୁଅ ଓ ଝିଅଙ୍କୁ କୂଅରେ ଫିଙ୍ଗି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି

୨ ଶିଶୁଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ମାଆ ନିଜର ୩ ଜଣ ପୁଅ ଓ ଝିଅଙ୍କୁ କୂଅରେ ଫିଙ୍ଗି ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଆସିକା ଅନ୍ତର୍ଗତ ଲୌଗୁଆଡା ଗାଁରେ । ରବିବାର ବିଳମ୍ବିତ ରାତିରେ ଏଭଳି ଘଟିଥିବା ସୂଚନା ମିଳିଛି । ମହିଳା ଜଣଙ୍କ ଏଭଳି ଚରମ ପଦକ୍ଷେପ ନେବା ପଛର ପ୍ରକୃତ କାରଣ ଜଣା ପଡିନାହିଁ । କିନ୍ତୁ ପାରିବାରିକ ଝଗଡାରୁ ଏହି ଘଟଣା ଘଟିଥିବା ସନେ୍ଦହ କରାଯାଉଛି ।
ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଉକ୍ତ ମହିଳା ଓ ତାଙ୍କ ବଡ ଝିଅଙ୍କୁ ଜୀବନ୍ତ ଉଦ୍ଧାର କାରିଥିବା ବେଳେ ଅନ୍ୟ ଦୁଇ ଜଣ ଶିଶୁଙ୍କ ମୃତଦେହ ଉଦ୍ଧାର କରାଯାଇଛି ।