ବନ୍ଧୁତ୍ୱରୁ ଆରମ୍ଭ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: ଓଡିଶା ହାଇକୋର୍ଟ

ଶାରୀରିକ ସମ୍ପର୍କକୁ ନେଇ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି

ଜଷ୍ଟିସ୍ ଆର୍ କେ ପଟ୍ଟନାୟକଙ୍କ ଐତିହାସିକ ରାୟ

କଟକ: ଶାରୀରିକ ସମ୍ପର୍କକୁ ନେଇ ଓଡିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ବନ୍ଧୁତ୍ୱରୁ ଆରମ୍ଭ ହୋଇଥିବା ଶାରୀରିକ ସମ୍ପର୍କ ଦୁଷ୍କର୍ମ ବିବେଚିତ ହେବନାହିଁ । ଯଦି ସେଭଳି କ୍ଷେତ୍ରରେ କୌଣସି ଅଭିଯୋଗ ଆସେ, ତାହାଲେ ତାହା ଗ୍ରହଣୀୟ ନୁହେଁ ବୋଲି ଆଜି ହାଇକୋର୍ଟ କହିଛନ୍ତି । ଏକ ଅପରାଧିକ ମାମଲାର ଆବେଦନର ଶୁଣାଣି କରି ଜଷ୍ଟିସ୍ ଆର୍ କେ ପଟ୍ଟନାୟକ ଏଭଳି ରାୟ ଦେଇଛନ୍ତି । ଜଷ୍ଟିସ୍ ଆର୍ କେ ପଟ୍ଟନାୟକ କହିଛନ୍ତି, ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିପାରିବା ଓ ବିବାହ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ତାହା ସମ୍ପୂର୍ଣ୍ଣ ଭିନ୍ନ । ଏଥିରେ ସୂକ୍ଷ୍ମ ପାର୍ଥକ୍ୟ ରହିଛି । ଯଦି ବିବାହ କରିବା ପୂର୍ବରୁ କୌଣସି ସମ୍ପର୍କ ଖରାପ ହୋଇଯାଏ, ତାହାଲେ ତାହାକୁ ଦୁଷ୍କର୍ମ ବିବେଚନା କରିବା ଉଚିତ୍ ନୁହେଁ ।