ନିର୍ବାଚନ ପୂର୍ବ ପ୍ରସ୍ତୁତି: ୬ ଜିଲ୍ଲା ସଭାପତି ନିଯୁକ୍ତ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି

ପୂର୍ବରୁ ପ୍ରସ୍ତୁତ ହେଲେଣି ବିଜେଡି ସୁପ୍ରିମୋ

ଭୁବନେଶ୍ୱର: ଆଗକୁ ଆସୁଛି ନିର୍ବାଚନ । ପୂର୍ବରୁ ପ୍ରସ୍ତୁତ ହେଲେଣି ବିଜେଡି ସୁପ୍ରିମୋ । ଦଳକୁ ସାଂଗଠନିକ ଭାବେ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ଜିଲ୍ଲା ପାଇଁ ନୂଆ ସଭାପତିଙ୍କୁ ନିଯୁକ୍ତ କରିଛନ୍ତି । ଏ ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛନ୍ତି ।
ସୂଚନାନୁସାରେ, ବରିଷ୍ଠ ନେତା ନୃସିଂହ ଚରଣ ସାହୁ ଢେଙ୍କାନାଳ ଜିଲ୍ଲା ବିଜେଡି ସଭାପତି, ଅଶ୍ୱିନୀ କୁମାର ପାତ୍ର ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି, ଝିନା ହିକାକା କୋରାପୁଟ, ପ୍ରଭାସ କୁମାର ସିଂ ବରଗଡ, ହାଲୁ ମୁଣ୍ଡାରୀ ରାଉରକେଲା, ରବି ସିଂହ ଝାରସୁଗୁଡା ଜିଲ୍ଲା ବିଜେଡି ସଭାପତି ଭାବରେ ନିଯୁକ୍ତ ହୋଇଛନ୍ତି । ସେହିପରି ଦେବୀ ପ୍ରସାଦ ଭୂତିଆ ଢେଙ୍କାନାଳ, ପ୍ରଶାନ୍ତ ଗୁପ୍ତା କୋରାପୁଟ ଓ ସୁଶାନ୍ତ ମହାପାତ୍ରଙ୍କୁ ବରଗଡ ଜିଲ୍ଲାରେ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି ।