ସମ୍ବଲପୁର ରେଳ ଧାରଣାରେ ବସ୍ ଦୁର୍ଘଟଣାଗ୍ରସ୍ତ

ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରେଲଧାରଣାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି

ରେଳ ଚଳାଚଳ ବାଧାପ୍ରାପ୍ତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗୁରି ନିକଟରେ ରେଲଧାରଣାରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି କିନ୍ତୁ ଦୁର୍ଘଟଣା ହେବା ଫଳରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।
ସୂଚନାନୁଯାୟୀ, ଭୁବନେଶ୍ୱରରୁ ବରଗଡ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସଟି ଷ୍ଟିୟରିଂ ହ୍ୱିଲ୍ ଉପରେ ନିୟନ୍ତ୍ରଣ ହରାଇବାରୁ ବ୍ୟାରିକେଡରେ ଧକ୍କା ଦେବା ପରେ ରେଳଧାରଣା ନିକଟରେ ଅଟକି ରହିଥିଲା । ସେହି ସମୟରେ କୌଣସି ଟ୍ରେନ ଚଳାଚଳ ନ ହେଉଥିବାରୁ ସୌଭାଗ୍ୟବଶତଃ କୌଣସି ବଡ ଧରଣର ଦୁର୍ଘଟଣା ଘଟିନାହିଁ । ତେବେ ଦୁର୍ଘଟଣାରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ଦୁର୍ଘଟଣା ପରେ ଏହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । କ୍ରେନ ସାହାଯ୍ୟରେ ବସକୁ ଟ୍ରାକରୁ ହଟାଇବାକୁ ଉଦ୍ୟମ କରାଯାଉଛି । ଖୁବ ଶୀଘ୍ର ରେଳ ଚଳାଚଳ ସ୍ୱାଭାବିକ ହେବ ବୋଲି ରେଳବାଇ ଅଧିକାରୀ କହିଛନ୍ତି ।