ମୟୂରଭଞ୍ଜ ଜିଲ୍ଲା ଓ ସେସନ୍ସ କୋର୍ଟ ଭିତିପ୍ରସ୍ତର ସ୍ଥାପନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି

ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ଓ ସେସନ୍ସ କୋର୍ଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୂରଲୀଧର

ଭର୍ଚୁଆଲ୍ ମୋଡରେ ହେଲା ଶିଳାନ୍ୟାସ

ମୟୂରଭଞ୍ଜ: ବାରିପଦାରେ ମୟୂରଭଞ୍ଜ ଜିଲ୍ଲା ଓ ସେସନ୍ସ କୋର୍ଟର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୂରଲୀଧର । ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବା ସମୟରେ ବିଚାରପତି ଜଷ୍ଟିସ୍ ବି ଅର୍ଶାଧଙ୍ଗୀ, ଜଷ୍ଟିସ୍ ଦେବବ୍ରତ ଦାସ୍ ଓ ଜଷ୍ଟିସ୍ ଏକେ ମହାପାତ୍ର ଉପସ୍ଥିତ ଥିଲେ । ବାରିପଦାରେ ଜିଲ୍ଲା ଅଦାଲତ ସ୍ଥାନାନ୍ତର ପ୍ରକ୍ରିୟା ପାଇଁ ମୁର୍ଗାବାଡି ସର୍କଲ ଜେଲ ନିକଟରେ ନୂତନ କୋର୍ଟ ସ୍ଥାପନ ପାଇଁ ସ୍ଥାନ ଚୟନ କରାଯାଇଛି ।