ଓଟିପି ସେୟାରିଂ ସ୍କାମ: ଭୁବନଶ୍ୱେରରେ ଏନଆଇଏ ଓ ମୁମ୍ବାଇ ଏଟିଏସ୍

ପାକିସ୍ତାନୀ ସେନା ଅଧିକାରୀଙ୍କୁ ଓଟିପି ସେୟାରିଂ ଘଟଣାରେ ଗିରଫ ହୋଇଥିବା ଅଭିଜିତ୍ଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଭୁବନେଶ୍ୱର ଜାତୀୟ ତଦନ୍ତକାରୀ ଟିମ୍ (ଏନଆଇଏ) ଓ ମୁମ୍ବାଇ ଆଂଟି ଟେରୋରିଜ୍ମ ସ୍କ୍ୱାଡ (ଏଟିଏସ) ଆସିଛନ୍ତି

ଜୁନ ୨୯ରେ ଗିରଫ ହୋଇଥିଲା ଅଭିଯୁକ୍ତ

ଭୁବନେଶ୍ୱର: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଓ ପାକିସ୍ତାନୀ ସେନା ଅଧିକାରୀଙ୍କୁ ଓଟିପି ସେୟାରିଂ ଘଟଣାରେ ଗିରଫ ହୋଇଥିବା ଅଭିଜିତ୍ ସଞ୍ଜୟ ଜାମ୍ବୁରେଙ୍କୁ ଅଧିକ ପଚରାଉଚରା କରିବା ପାଇଁ ଭୁବନେଶ୍ୱରରେ ଆସି ପହଂଚିଛନ୍ତି ଜାତୀୟ ତଦନ୍ତକାରୀ ଟିମ୍ (ଏନଆଇଏ) ଓ ମୁମ୍ବାଇ ଆଂଟି ଟେରୋରିଜ୍ମ ସ୍କ୍ୱାଡ (ଏଟିଏସ) । ଅଭିଯୁକ୍ତଠାରୁ ଅଧିକ ତଥ୍ୟ ହାସଲ ପାଇଁ ଏହି ଏଜେନ୍ସିମାନେ ଚେଷ୍ଟା କରିବେ ।
ସୂଚନାଯୋଗ୍ୟ, ଅଭିଯୁକ୍ତ ଅଭିଜିତ୍ ସଞ୍ଜୟ ଜାମ୍ବୁରେଙ୍କୁ ଜୁନ ୨୯ରେ ମହାରାଷ୍ଟ୍ରର ପୁନେରୁ ଗିରଫ କରାଯାଇ ଟ୍ରାନ୍ଜିଟ୍ ରିପୋର୍ଟରେ ଭୁବନେଶ୍ୱର ଅଣାଯାଇଥିଲା । ଅଭିଜିତ୍ ପାକିସ୍ତାନର ବରିଷ୍ଠ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦଙ୍କ ସହ ଲିଙ୍କରେ ଥିଲେ ଏବଂ ହ୍ୱାଟସାପରେ ୭ ଜଣ ପାକିସ୍ତାନ ନାଗରିକ ଓ ୧୦ ଜଣ ନାଇଜେରିଆ ନାଗରିକଙ୍କ ସହ କଥା ହେବାର ପ୍ରମାଣ ମିଳିଛି । ଏହାସହ ସେ ଭାରତରେ କାର୍ଯ୍ୟରତ ଥିବା ପାକିସ୍ତାନ ଇଂଟେଲିଜେନ୍ସ ଅଧିକାରୀଙ୍କ ସହ ଟଙ୍କା ନେଣଦେଣ ମଧ୍ୟ କରୁଥିଲେ ।