ସିଟିଏସର ରାତିଅଧିଆ ହୋଟେଲରେ ଚଢାଉ

ଭୁବନେଶ୍ୱରରେ ରାତିଅଧିଆ ହୋଟେଲରେ ଚଢାଉ କରିଛି କାଉଂଟର ଟେରୋରିଜିମ୍ ସ୍କ୍ୱାଡ (ସିଟିଏସ)

କମିଶନରେଟ୍ ପୋଲିସର ୬୦ ଜଣିଆ ଟିମ୍ ଓ ସିଟିଏସ ଅଧିକାରୀଙ୍କ ମିଳିତ ଚଢାଉ

ଭୁବନେଶ୍ୱର: ଭୁବନେଶ୍ୱରରେ ରାତିଅଧିଆ ହୋଟେଲରେ ଚଢାଉ କରିଛି କାଉଂଟର ଟେରୋରିଜିମ୍ ସ୍କ୍ୱାଡ (ସିଟିଏସ) । କମିଶନରେଟ୍ ପୋଲିସର ୬୦ ଜଣିଆ ଟିମ୍ ଓ ସିଟିଏସ ଅଧିକାରୀଙ୍କୁ ନେଇ ଗଠିତ ଏଟ ଟିମ୍ ମିଳିତ ଚଢାଉ କରିଛି । ଦେଶର ବିଭିନ୍ନ ପ୍ରାନ୍ତରୁ ଆସି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ହୋଟେଲରେ ରହି ଅପରାଧିକ କାର୍ଯ୍ୟକଳାପ ଚଳାଉଛନ୍ତି । ଅନେକ ଅପରାଧୀ ହୋଟେଲରେ ଲଜିଂ ସୁବିଧା ବ୍ୟବହାର କରି ଅପରାଧ ଘଟାଇ ଫେରାର ହୋଇ ଯାଉଛନ୍ତି । ଏଣୁ ସରାଇ ମୋବାଇଲ୍ ଆପ୍ଲିକେସନରେ ରେଜିଷ୍ଟ୍ରେସନ ହୋଇନଥିବା ହୋଟେଲଗୁଡିକ କମିଶନରେଟ୍ ପୋଲିସର ସ୍କାନରରେ ଥିଲା । ଅସାମାଜିକ ବ୍ୟକ୍ତିଙ୍କ ଉପରେ ନଜର ରଖିବା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ସରାଇ ଆପର ଲଂଚ କରାଯାଇଥିଲା । କିନ୍ତୁ ସରାଇ ଆପରେ ରେଜିଷ୍ଟ୍ରେସନ ହୋଇନଥିବାରୁ ବିଭିନ୍ନ ଅପରାଧିଙ୍କ ରେକର୍ଡ ମଧ୍ୟ ହୋଟେଲ କର୍ମଚାରୀମାନେ ରଖିପାରୁନାହାନ୍ତି । ଯାହାଫଳରେ ଅପରାଧିଙ୍କୁ ଖୋଜିବା ପରେ ବି ପୋଲିସ ପାଇ ପାରୁନାହିଁ ।