କଳାହାଣ୍ଡିରେ ଭୂ-ସ୍ଖଳନ ହୋଇ ୨ ମୃତ

କଳାହାଣ୍ଡିରେ ଲଗାଣ ବର୍ଷା ହେତୁ ଭୂ-ସ୍ଖଳନ ଘଟି ୨ ଜଣଙ୍କ ମୃତୁ୍ୟ ହୋଇଛି

ଦୁରକା ଡାଙ୍ଗରୀ ମାଟିରେ ହୋଇଛି ଭୂସ୍ଖଳନ

କଳାହାଣ୍ଡି: କଳାହାଣ୍ଡିରେ ଲଗାଣ ବର୍ଷା ହେତୁ ଭୂ-ସ୍ଖଳନ ଘଟି ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ଅଲଭଟ୍ଟା ଗ୍ରାମର ରାଜକୁମାରୀ ନାୟକ(୩୦) ଓ ମୁକୁନ୍ଦ ପରଭୋଇ(୫୫) । ଦୁଇ ଜଣ କାମ ସାରି ଘରକୁ ଫେରିବା ସମୟରେ ବର୍ଷା ହେବାରୁ ଓଦା ନହେବା ପାଇଁ ଅଲଭଟ୍ଟା ଗାଁ ନିକଟରେ ଦୁରକା ଡାଙ୍ଗରୀ ମାଟିରେ ଆଶ୍ରୟ ନେଇଥିଲେ । କିନ୍ତୁ ଉପରୁ ଏକ ପଥର ଖସି ଉଭୟଙ୍କ ଉପରେ ପଡିଥିଲା । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଥିଲେ ।