୫-ଟି ସଚିବଙ୍କ ତାଳଚେର ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ

୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ତାଳଚେର ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି

ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ବିକ୍ଷୋଭ

ତାଳଚେର: ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ତାଳଚେର ଗସ୍ତକୁ ବିରୋଧ କରି ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲଙ୍କ ନେତୃତ୍ୱରେ ବିଜେପି ନେତା ଓ ଦଳୀୟକର୍ମୀମାନେ କଳା ପୋଷାକ ପିନ୍ଧି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ କଳା କପଡା ଦେଖାଇ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିଛନ୍ତି । ତାଳଚେର ଗସ୍ତ ସମ୍ପର୍କିତ ପାଣ୍ଡିଆନଙ୍କ ଏକ ଅଡିଓ ଭାଇରାଲ ହେବା ପରେ ବିଜେପି ଏହାକୁ ଘୋର ବିରୋଧ କରିଛି । ବିଜେଡିର ଏସଏଚଜି କର୍ମୀମାନଙ୍କୁ ନେଇ ଗଠିତ ବୈଠକରେ ଯେଉଁ ଟଙ୍କା ଖର୍ଚ୍ଚ ହେଉଛି, ତାହା କୋଷାଗାରରୁ ଆସିଛି ନା କଳାଧନ ବୋଲି କାଳନ୍ଦୀ ସମାଲୋଚନା କରିଛନ୍ତି ।