ରାଜ୍ୟର ଦୁଇଟି ସ୍ଥାନରେ ବଜ୍ରପାତ, ୪ ମୃତ

ଓଡ଼ିଶାରେ ଆଜି ଦୁଇଟି ପୃଥକ ଘଟଣାରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

ଅନୁଗୁଳ ଓ କୋରାପୁଟରେ ପୃଥକ ଅଘଟଣ

ଅନୁଗୁଳ/କୋରାପୁଟ: ଓଡ଼ିଶାରେ ଆଜି ଦୁଇଟି ପୃଥକ ଘଟଣାରେ ବଜ୍ରପାତରେ ୪ ଜଣଙ୍କ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଞ୍ଚଳା ଗ୍ରାମର ଲିଙ୍ଗରାଜ ହଲବା ଓ ତାଙ୍କ ପତ୍ନୀ ଦୁରୁବତୀ ହଲବା ଓ ପୁଅ ଦୀପକ ହଲବା ନିଜ ଚାଷ ଜମିରେ କାମ କରୁଥିବା ସମୟରେ ହଠାତ୍ ବଜ୍ରପାତ ସହ ବର୍ଷା ହୋଇଥିଲା। କିନ୍ତୁ ଲିଙ୍ଗରାଜ ସୁରକ୍ଷିତ ସ୍ଥାନକୁ ଯିବାକୁ ସକ୍ଷମ ହୋଇଥିବା ବେଳେ ତାଙ୍କ ପତ୍ନୀ ଦୁରୁବତୀ ଓ ପୁଅ ଦୀପକ କ୍ଷେତରେ ବଜ୍ରପାତରେ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ। ଦୁରୁବତୀ ଓ ଦୀପକଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅନ୍ୟ ଏକ ଘଟଣାରେ ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅଞ୍ଚଳରେ ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି।