ନବମ, ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ୟୁନିଫର୍ମ ଯୋଗାଇବେ ରାଜ୍ୟ ସରକାର

ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବେ ରାଜ୍ୟ ସରକାର

‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଚୟ ଯୋଜନା’ ଅଧିନରେ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ଯୋଗାଇବେ ରାଜ୍ୟ ସରକାର । ‘ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଚୟ ଯୋଜନା’ ଅଧିନରେ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ମିଳିବ । ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କୁ ୨ ଯୋଡା ୟୁନିଫର୍ମ, ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ଏବଂ ଗୋଟିଏ ଟି-ସାର୍ଟ ଓ ଗୋଟିଏ ଟ୍ରାକ୍ ପ୍ୟାଂଟ ଦିଆଯିବ । ଏ ନେଇ ମାଧ୍ୟମିକ ଶିକ୍ଷା ନିଦେ୍ର୍ଦଶାଳୟ ପକ୍ଷରୁ ଏକ ନିଦେ୍ର୍ଦଶାନାମା ଜାରି କରାଯାଇଛି ।
ନିଦେ୍ର୍ଦଶାନାମା ଅନୁଯାୟୀ, ୧୫ ଜୁଲାଇ ୨୦୨୩ ସୁଦ୍ଧା ସାମଗ୍ରୀ କ୍ରୟ ଓ ବିତରଣ କରାଯିବ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବ୍ରାଣ୍ଡିଂ ସହ ଗୋଟିଏ ଟି-ସାର୍ଟ ଓ ଗୋଟିଏ ଟ୍ରାକ୍ ପ୍ୟାଂଟ ମିଳିବ । ସମସ୍ତ ସାମଗ୍ରୀ ଛାତ୍ରଛାତ୍ରୀଙ୍କ ମାପ ଅନୁଯାୟୀ ହେବ । କିଣାଯାଇଥିବା ସାମଗ୍ରୀର ଗୁଣବତା ପ୍ରତି ବିଶେଷ ଧ୍ୟାନ ଦିଆଯିବ । ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ବଂଟନ କାର୍ଯ୍ୟର ଫଟୋ ସହ ବିବରଣୀ କାଗଜପତ୍ର ପାଇଁ ରଖାଯିବ ।