ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପାଇଁ ୮.୭ ଏକର ଜମି ମଞ୍ଜୁର କଲେ ରାଜ୍ୟ ସରକାର

ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସପକ୍ଷରେ ୮.୬୯୩ ଏକର ଜମି ଲିଜ୍ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର

ବାର୍ଷିକ ୧ ଟଙ୍କା ଜମି ଭଡା ଦେବ ବିଶ୍ୱବିଦ୍ୟାଳୟ

ବଲାଙ୍ଗୀର: ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସପକ୍ଷରେ ୮.୬୯୩ ଏକର ଜମି ଲିଜ୍ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି।

ସରକାରଙ୍କ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ମଞ୍ଜୁର କରାଯାଇଥିବା ଏହି ଜମିକୁ ଲିଜ୍ ପ୍ରିମିୟମ୍ ମୁକ୍ତ ଏବଂ ଆନୁଷଙ୍ଗିକ ଶୁଳ୍କ ଭିତ୍ତିରେ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ବ୍ୟବହାର କରାଯିବ। ବିଶ୍ୱବିଦ୍ୟାଳୟକୁ ବାର୍ଷିକ ୧ ଟଙ୍କା ଟୋକନ ରାଶି ଭାବେ ଜମି ଭଡ଼ା ବାବଦରେ ଦେବାକୁ ପଡ଼ିବ।