କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ କେନ୍ଦୁପତ୍ର ତୋଳାଳୀ ଓ ବାନ୍ଧିବା କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ ୫୬ କୋଟି ଟଙ୍କାର ଆର୍ଥôକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
୮ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବେ
ଭୁବନେଶ୍ୱର: ରାଜ୍ୟରେ କେନ୍ଦୁପତ୍ର ତୋଳାଳୀ ଓ ବାନ୍ଧିବା କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତିଙ୍କ ପାଇଁ ୫୬ କୋଟି ଟଙ୍କାର ଆର୍ଥôକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସହାୟତା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବେ । ୨୦୨୨ ଫସଲ ବର୍ଷର ତୃତୀୟ ପର୍ଯ୍ୟୟ ସହାୟତା ୨୦୨୩ ଜୁଲାଇରେ ପ୍ରଦାନ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ପ୍ରତି କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦୦ ଟଙ୍କା ଓ ଅନ୍ୟ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ମୋଟ ୮୩.୩୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳୀଙ୍କୁ ୧୦୦୦ ଟଙ୍କା ଏବଂ ପାଣି ବୋତଲ ପାଇଁ ୨୦୦୦ ଟଙ୍କା ଓ ଚନ୍ଦନ ପାଇଁ ୧୬୦ ଟଙ୍କା ପ୍ରଦାନ କରାଯିବା ସହ ୪୦ ହଜାର କେନ୍ଦୁପତ୍ର ବାନ୍ଧିବାରେ ନିୟୋଜିତ ଶ୍ରମିକଙ୍କ ପାଇଁ ମୋଟ ୧ କୋଟି ୨୧ ଲକ୍ଷ ଲେଖାଏଁ ପ୍ରଦାନ କରାଯାଇଥିଲା । ସେହିପରି ତୃତୀୟ ପର୍ଯ୍ୟାୟରେ ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳୀଙ୍କୁ ୨୫ ପ୍ରତିଶତ ବୋନସ୍ ଏବଂ ୪୦ ହଜାର କେନ୍ଦୁପତ୍ର ବାନ୍ଧିବାରେ ନିୟୋଜିତ ଶ୍ରମିକ ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ ୫ ପ୍ରତିଶତ ପ୍ରୋସôାହନ ରାଶି ସହ ମୋଟ ୫୬ କୋଟି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।