ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା

ଏପ୍ରିଲ ୩୦ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ଆଜି ୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ ।

୩ ମାସ ଧରି ବନ୍ଦ ରହିଥିଲା

କେନ୍ଦ୍ରାପଡା: ଆଜି ୩ ମାସ ପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ଏପ୍ରିଲ ୩୦ରୁ ଜୁଲାଇ ୩୧ ପର୍ଯ୍ୟନ୍ତ କୁମ୍ଭୀରଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା । ଏହି ସମୟ ମଧ୍ୟରେ କୁମ୍ଭୀର ଅଧିକ ହିଂସାତ୍ମକ ରୂପ ଧାରଣ କରୁଥିବାରୁ ପର୍ଯ୍ୟଟକମାନଙ୍କ ପାଇଁ ବିପଦ ଆଶଙ୍କା ରହୁଥିବାରୁ ଭିତରକନିକା ବନ୍ଦ ରହିଥାଏ । ଆଜିଠାରୁ କୁମ୍ଭୀରମାନଙ୍କୁ ବିନା ବାଧାରେ ପର୍ଯ୍ୟଟକମାନେ ଭିତରକନିକା ଉଦ୍ୟାନ ପରିଦର୍ଶନ କରିପାରିବେ ।