ଆଜିଠୁ ଖୋଲିଲା ୟୁନିଟ-୨ ମାର୍କେଟ ବିଲ୍ଡିଂ

ଆଜି ପୂର୍ବାହ୍ନ ୧୧ଟାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ଖୋଲିବାକୁ ଖୋଲିଛି।

ଅସ୍ଥାୟୀ ଦୋକାନର ହେବ ସ୍ଥାନାନ୍ତର

ଭୁବନେଶ୍ବର: ଆଜି ପୂର୍ବାହ୍ନ ୧୧ଟାରୁ ଭୁବନେଶ୍ୱର ମାର୍କେଟ ବିଲ୍ଡିଂର ସମସ୍ତ ଦୋକାନ ଖୋଲିଛି। ୟୁନିଟ୍-୨ ମାର୍କେଟ ବିଲ୍ଡିଂକୁ ଜୁଲାଇ ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଥିଲା।

ଆସୋସିଏସନ୍ ଓ ସିଫ୍ଟ ଷ୍ଟଲ୍ ମାଲିକଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ନ ହେଲେ ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ ବନ୍ଦ କରାଯିବ ବୋଲି ମାର୍କେଟ ବିଲ୍ଡିଂ ଦୋକାନ ମାଲିକ ସଂଘ ପକ୍ଷରୁ ବିଏମସିକୁ ଚେତାବନୀ ଦିଆଯାଇଥିଲା।

ତେବେ ସ୍ଥାୟୀ ଦୋକାନୀ ଓ ଅସ୍ଥାୟୀ ଦୋକାନ ମାଲିକଙ୍କ ମଧ୍ୟରେ ବିଏମସି ସହ ବୁଝାମଣା ପରେ ଆଜି ପୂର୍ବାହ୍ନ ୧୧ଟାରୁ ମାର୍କେଟ୍ ବିଲ୍ଡିଂ ଖୋଲିଛି। ସୂଚନାଯୋଗ୍ୟ, ଅସ୍ଥାୟୀ ଦୋକାନୀଙ୍କୁ ହଟାଇବା ଦାବିରେ ୧୮ ଦିନ ପାଇଁ ମାର୍କେଟ୍ ବିଲ୍ଡିଂ ବନ୍ଦ ରହିଥିଲା। ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ, ଅସ୍ଥାୟୀ ଦୋକାନଗୁଡ଼ିକୁ ଭୁବନେଶ୍ବର ବିଏମସି ପକ୍ଷରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ।