ରାଜଭବନରେ ସ୍ୱାଧୀନତା ଦିବସ ସମାରୋହ ବାତିଲ

ରାଜଭବନରେ ଆୟୋଜିତ ହେବାକୁ ଥିବା ୭୭ ତମ ସ୍ୱାଧୀନତା ଦିବସ ସମାରୋହ ବାତିଲ ହୋଇଯାଇଛି ।

ଟ୍ୱିଟ କଲେ ରାଜ୍ୟପାଳ

ଭୁବନେଶ୍ୱର: ଭୁବନେଶ୍ୱର ରାଜଭବନରେ ଆୟୋଜିତ ହେବାକୁ ଥିବା ୭୭ ତମ ସ୍ୱାଧୀନତା ଦିବସ ସମାରୋହ ବାତିଲ । ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି । କିନ୍ତୁ କେଉଁଥିପାଇଁ ଏହି ସମାରୋହ ବାତିଲ କରାଯାଇଛି, ତାହାର କାରଣ ଜଣା ପଡିନାହିଁ । ରାଜ୍ୟପାଳ ଗଣେଶୀ ଲାଲ ଟ୍ୱିଟ କରି କହିଛନ୍ତି, ଅନିବାର୍ଯ୍ୟ ପରିସ୍ଥିତି ଯୋଗୁଁ ୨୦୨୩ ଅଗଷ୍ଟ ୧୫ ତାରିଖରେ ହେବାକୁ ସ୍ୱାଧୀନତା ଦିବସ ସମାରୋହକୁ ବାତିଲ କରାଯାଇଛି । ଉଲ୍ଲେଖଯୋଗ୍ୟ, ୟୁନିଟ୍‌୩ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା ଉତୋଳନ କରିବେ ।