ଲାଂଚ ନେଉଥିଲେ ସିମୁଳିଆ ସିଏଚସିର ବରିଷ୍ଠ କିରାଣୀ

ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବରିଷ୍ଠ କିରାଣୀ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛିା

ଧରିଲା ଭିଜିଲାନ୍ସ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବରିଷ୍ଠ କିରାଣୀ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । କିରାଣୀ ଜଣକ ହେଉଛନ୍ତି ମନୋଜ କୁମାର ଭଞ୍ଜ । ଉକ୍ତ ସ୍ୱସ୍ଥ୍ୟକେନ୍ଦ୍ରରେ ଜଣେ ନର୍ସିଂ ଅଫିସରଙ୍କ ଚାକିରି ନିୟମିତ କରେଇବା ପାଇଁ ତାଙ୍କଠାରୁ ୮ ହଜାର ଟଙ୍କା ଲାଂଚ ମାଗିବା ଓ ନେବା ସମୟରେ ହିଁ ଭିଜିଲାନ୍ସ ଗିରଫ କରିଛି । ଅଭିଯୁକ୍ତ ମନୋଜଙ୍କଠାରୁ ସମ୍ପୂର୍ଣ୍ଣ ଲାଂଚ ଟଙ୍କା ଜବତ କରାଯାଇଛି । ଏହା ସହ ଆୟ ବହିର୍ଭୂତ ସମ୍ପତି ଠୁଳ ଦୃଷ୍ଟିକୋଣରୁ ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ଏବଂ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ କରାଯାଉଛି ।