ଓଡିଶା-ଛତିଶଗଡ ବର୍ଡରରେ ନକ୍ସଲ କ୍ୟାମ୍ପ ଠାବ

ଓଡିଶା-ଛତିଶଗଡ ସୀମାନ୍ତ ପଟାଧାରା ସଂରକ୍ଷିତ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ କରାଯାଇଛି ।

ବିସ୍ଫୋରକ ସାମଗ୍ରୀ, ଏକେ-୪୭ ଗୁଳି ଜବତ

ନୂଆପଡା: ଓଡିଶା-ଛତିଶଗଡ ସୀମାନ୍ତ ପଟାଧାରା ସଂରକ୍ଷିତ ଜଙ୍ଗଲରେ ଠାବ କରାଯାଇଛି ନକ୍ସଲ କ୍ୟାମ୍ପ । ସୁରକ୍ଷାବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଝୋଲାପଡା ଗାଁ ନିକଟରେ ନକ୍ସଲ କ୍ୟାମ୍ପ ଠାବ କରାଯିବା ସହ ଏକେ-୪୭ ଗୁଳି, ଡେଟୋନେଟର, କମ୍ ତୀବ୍ରତା ବିଶିଷ୍ଟ ବିସ୍ଫୋରକ ସାମଗ୍ରୀ, ନକ୍ସଲମାନଙ୍କ ୟୁନିଫର୍ମ ଜବତ କରାଯାଇଛି । ଏ ନେଇ ନୂଆପଡା ଏସପି ଜିଆର ରାଘବେନ୍ଦ୍ର କହିଛନ୍ତି ଏସଓଜି, ଡିଭିଏଫ, ସିଆରପିଏଫର ମିଳିତ ଉଦ୍ୟମରେ ଏହି ଅପରେସନ କରାଯାଇଥିଲା । ଅପରେସନ ସମୟରେ ପ୍ରାୟ ୨୦ରୁ ୨୫ ଜଣ ନକ୍ସଲ ଘଟଣାସ୍ଥଳରେ ଥିଲେ ଏବଂ ସେମାନେ ପୋଲିସକୁ ଦେଖି ଫେରାର ହୋଇଯାଇଥିଲେ । ଏହା ସହ ଏବେ ନୂଆପଡା ଜିଲ୍ଲାରେ ସୁରକ୍ଷାବାହିନୀ ମୁତୟନ କରାଯାଇଛି ।