ସାହିତ୍ୟିକ ପ୍ରେମ ଚାନ୍ଦଙ୍କ ପରଲୋକ

ବରିଷ୍ଠ ସାହିତ୍ୟକାର ପ୍ରେମଚାନ୍ଦ ପଟ୍ଟନାୟକଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି।

ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ନବରଙ୍ଗପୁର: ବରିଷ୍ଠ ସାହିତ୍ୟକାର ପ୍ରେମଚାନ୍ଦ ପଟ୍ଟନାୟକଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ଦିନ ଚିକିତ୍ସାଧିନ ଅବସ୍ଥାରେ ଜିଲ୍ଲା ଚିକିତ୍ସାଳୟ ଠାରେ ତାଙ୍କ ମୃତ୍ୟୁ ଘଟିଛି। ଗତ ତିନି ଦିନ ହେଲା ନବରଙ୍ଗପୁର ମେଡିକାଲରେ ସେ ହୃଦ୍ ଜନିତ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ। ସେ ଓୟୁଟି ଅଧିନରେ ପ୍ରାଇଭେଟ୍ ଇନଭେଷ୍ଟିଗେଟର ଭାବେ ଚାକିରୀ କରି ଅବସର ଗ୍ରହଣ କରିଥିଲେ। ସ୍ବର୍ଗତ ପ୍ରେମ ଚାନ୍ଦ ଏକାଧାରରେ ଜଣେ ନାଟ୍ୟକାର,ନାଟ୍ୟ ନିର୍ଦ୍ଦେଶକ ଏବଂ ବିଶିଷ୍ଟ ସାହିତ୍ୟିକ ଥିଲେ। ମଣ୍ଡେଇ ,ଉତ୍କଳ ପରିଷଦ ପରି ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ସହିତ ସେ ଯୋଡ଼ିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ଛତ୍ରଭଟ୍ଟ ଶ୍ମଶାନ ଠାରେ ତାଙ୍କ ଅନ୍ତେଷ୍ଟି କ୍ରିୟା ସମାପନ ହୋଇଥିଲା। ଏହି ଖବର ପ୍ରସାରିତ ପରେ ବିଧାୟକ ସଦାଶିବ ପ୍ରଧାନୀ, ମିଟୁ ପାତ୍ର, ପ୍ରମୋଦ ରଥ,ତାପସ ତ୍ରୀପାଠୀ,ଦିଲୁ ପଣ୍ଡା ନବରଙ୍ଗପୁର ର ବରିଷ୍ଟ ସାହିତ୍ଯିକ ନାରାୟଣ ପଣ୍ଡା ବିଜୟ ଚୌଧୁରୀ, ପୂର୍ଣ୍ଣ ଚଦ୍ର ମହାପାତ୍ର, ନିରଞ୍ଜନ ମିଶ୍ର ନାଟ୍ୟକାର ଦୁଗା ପ୍ରଧାନୀ, ଜଗନ୍ନାଥ ବେହେରା, ପ୍ରଭାସିନୀ ମହାନ୍ତି , ରଞ୍ଜନ ପଟ୍ଟନାୟକ, କୁନା ପଣ୍ଡା,ତପନ ପଟ୍ଟନାୟକ,ଟୁକୁ ଗନ୍ତାୟତ,ବାବୁନି ପାଳ, ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶେଷ ଦର୍ଶନ କରିଥିଲେ ।