ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଢେଙ୍କାନାଳରେ ଏକ ସଡ଼କ ଦୁର୍ଘଟଣା ଘଟି ୧୧ ଗାଈଙ୍କର ମୃତ୍ୟୁ ଓ ୨ ଗାଈ ଗୁରୁତର ହୋଇଛନ୍ତି।

୧୧ ଗାଈ ମୃତ, ୨ ଗୁରୁତର

ଢେଙ୍କାନାଳ: ଗତ କାଲି ବିଳମ୍ବିତ ରାତିରେ ଗାଈପଲ ରାସ୍ତାରେ ଶୋଇଥିବା ବେଳେ ଗୋଟିଏ ଟ୍ରକଟି ଚଢି ଯିବାରୁ ୧୧ଟି ଗାଈଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବରିହାପୁର ନିକଟରେ।

ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏକ ଗାଈପଲ ରାସ୍ତାରେ ଶୋଇଥିବା ବେଳେ ଟ୍ରକ ଚାଳକ ଭାରସାମ୍ୟ ହରାଇବାରୁ ଦ୍ରୁତ ବେଗରେ ଆସୁଥିବା ଟ୍ରକଟି ଓଲଟି ପଡ଼ିଥିଲା। ଗାଈଟି ପଲକୁ ଧକ୍କା ଦେବା ପରେ ସେଠାରେ ଥିବା ଏକ ଚା’ ଦୋକାନ ଉପରେ ପଡ଼ିଯାଇଥିଲା। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।