ଦଳ ବିରୋଧୀ କାର୍ଯ୍ୟକୁ ନବୀନଙ୍କ ନାପସନ୍ଦ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଜିଲ୍ଲା ପରିଷଦ ସଭ୍ୟ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ବହିଷ୍କାର ହେଲେ ଜିଲ୍ଲା ପରିଷଦ ସଭ୍ୟ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ସ୍ୱର୍ଗତ ବିଶ୍ୱନାଥ ପ୍ରଧାନଙ୍କ ପୁଅ ବିପିନ ଚନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ପରିଷଦ ସଭ୍ୟ ଥିଲେ। ସେ ପୂର୍ବରୁ ବ୍ଲକ ଅଧ୍ୟକ୍ଷ ମଧ୍ୟ ଥିଲେ।