ମାଗଣା ଡାକ୍ତରୀ, ଇଞ୍ଜିନିୟରିଂ ପଢିବେ ST SC ଛାତ୍ରଛାତ୍ରୀ

ମାଗଣାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢିବେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ।

ଏମଏମସିପିୱାଇ ଯୋଜନାରେ ଆର୍ଥିକ ପ୍ରୋତ୍ସାହନ

ଭୁବନେଶ୍ୱର: ମାଗଣାରେ ଡାକ୍ତରୀ ଓ ଇଞ୍ଜିନିୟରିଂ ପଢିବେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ । ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନରେ ମାଗଣାରେ ପଢିବେ । ଏହା ସହ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଆର୍ଥିକ ସହାୟତା ମଧ୍ୟ ମିଳିବ । ସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ପିଲାମାନେ ଏହି ଯୋଜନାରେ ସାମିଲ ହେବେ ।
ବିଭିନ୍ନ ସରକାରୀ ଅନୁଷ୍ଠାନରେ ପୂର୍ବରୁ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଫି ଫେରସ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନାମଲେଖା ଶୁଳ୍କ/ ସିଟ ଗ୍ରହଣ ଶୁଳ୍କ, ପ୍ରାରମ୍ଭିକ ଜମା, ବାର୍ଷିକ ପାଠ୍ୟକ୍ରମ ଶୁଳ୍କ, ହଷ୍ଟେଲ ନାମ ଲେଖା ଶୁଳ୍କ, ପାଠପଢା ପାଇଁ ଆନୁଷଙ୍ଗିକ ଖର୍ଚ୍ଚ, ୍‌ଯଥା-ବହି/ଅଧ୍ୟୟନ ସାମଗ୍ରୀ କୋଚିଂ/ ଟ୍ୟୁଟୋରିଆଲ ଖର୍ଚ୍ଚ କାଟ କରାଯିବ । ୨୦୨୩-୨୪ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି କମିଶନର ତଥା ସଚିବ ରୂପା ରୋଶନ ସାହୁ ସମସ୍ତ ଜିଲ୍ଲାପାଳଙ୍‌କୁ ଚିଠି ଯୋଗେ ଜଣାଇଛନ୍ତି ।