ବର୍ଷା ପ୍ରଭାବିତ ହିମାଚଳ ପ୍ରଦେଶ ପାଇଁ ୫ କୋଟିର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ହିମାଚଳ ପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି

ରିଲିଫ ଏବଂ ପୁନରୁଦ୍ଧାର ପାଇଁ ସିଏମଆରଏଫରୁ ସହାୟତା

ଭୁବନେଶ୍ବର: ହିମାଚଳ ପ୍ରଦେଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି।

ନିକଟରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ।

ହିମାଚଳ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଲଗାଣ ବର୍ଷା ଏବଂ ପ୍ରବଳ ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଏବଂ ସମ୍ପତ୍ତି ହାନି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଏହି ସଙ୍କଟ ସମୟରେ ମୋ ସରକାର ଓ ଓଡ଼ିଶାବାସୀ ହିମାଚଳବାସୀଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଅର୍ଥକୁ ହିମାଚଳ ପ୍ରଦେଶ ରାଜ୍ୟରେ ମରାମତି ଏବଂ ପୁନରୁଦ୍ଧାର ପାଇଁ ବ୍ୟବହୃତ କରାଯିବ ।