କ୍ରିକେଟ କିମ୍ବଦନ୍ତୀ ହିଥ୍ ଷ୍ଟ୍ରିକଙ୍କର ପରଲୋକ

ଜିମ୍ବାୱେର କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳୀ ହିଥ ଷ୍ଟ୍ରିକଙ୍କର ମୃତ୍ୟୁ ଘଟିଛି ।

ଗୁଜବ ହେଲା ସତ

ଜିମ୍ବାୱେ: ଜିମ୍ବାୱେର କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ଅନ୍ତର୍ଜାତୀୟ ଖେଳାଳୀ ହିଥ ଷ୍ଟ୍ରିକଙ୍କର ମୃତ୍ୟୁ ଘଟିଛି । ରବିବାର ସକାଳେ ୪୯ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ । ପୂର୍ବରୁ ଗତ କିଛି ଦିନ ତଳେ ତାଙ୍କର ମୃତ୍ୟୁ ହୋଇଥିବା ଷ୍ଟ୍ରକଙ୍‌କର ସହଯୋଗୀ ହେନରୀ ଓଲୋଙ୍ଗାଙ୍କ ଦ୍ୱାରା ଗୁଜବ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ପରେ ଷ୍ଟ୍ରିକ ଓ ତାଙ୍କ ବନ୍ଧୁ ଓଲେଙ୍ଗା ଏହି ଖବରକୁ ଖଣ୍ଡନ କରିଥିଲେ । କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିିଥିବା ପତ୍ନୀ ନାଡିନ ଷ୍ଟ୍ରିକ ତାଙ୍କ ଫେସବୁକ ପେଜରେ ପ୍ରକାଶ କରିଛନ୍ତି । ତେବେ ଗୁଜବ ସତ ହୋଇଥିବା ଏବେ ଦେଖା ଦେଇଛି ।
ହିଥ ଷ୍ଟ୍ରିକ ଜଣେ ଶ୍ରେଷ୍ଠ କ୍ରିକେଟର ହୋଇଥିବା ବେଳେ ଟେଷ୍ଟରେ ୨୧୬ ଏବଂ ଦିନିକିଆରେ ୨୩୯ ୱିକେଟ ନେଇଥିବା ବେଳେ ଜିମ୍ବାୱେ, ବାଂଲାଦେଶ ସମେତ ଅନେକ ଅନ୍ତର୍ଜାତୀୟ ଦଳ ସହ ମ୍ୟାଚ ଖେଳିଥିବା ସହ ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ ରାଇଡର୍ସ ଏବଂ ରାଜକୋଟ ଫ୍ରାଂଚାଇଜ (ବର୍ତମାନ ବନ୍ଦ ହୋଇଯାଇଥିବା) ଦଳକୁ ପ୍ରଶିକ୍ଷଣ ଦେଇଥିଲେ । ସେ ଜିମ୍ବାୱେର ଏକମାତ୍ର ଖେଳାଳୀ ଯିଏ କି, ଟେଷ୍ଟରେ ୧୦୦ ୱିକେଟ, ୧୦୦୦ ରନ ହାସଲ କରିଥିଲେ ଏବଂ ଦିନିକିଆରେ ୨୦୦୦ ରନ୍ ଓ ୨୦୦ ୱିକେଟ ହାସଲ କରିଥିଲେ ।