କଂଗ୍ରେସରେ ଯୋଗ ଦେଲେ ପ୍ରବୋଧ ତିର୍କୀ

ପ୍ରବୋଧ ତିର୍କୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ।

ଲଢିବେ ୨୦୨୪ ନିର୍ବାଚନ

ଭୁବନେଶ୍ୱର: ଗତ କିଛି ଦିନ ଭାରତୀୟ ହକି ତାରକା ତଥା ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିବେ ବୋଲି ଗଣମାଧ୍ୟମରେ ସୂଚନା ଦେଇଥିଲେ । ପ୍ରବୋଧ ତିର୍କୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଆନୁଷ୍ଠନିକ ଭାବେ ଆଜି ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଦଳର ରାଜ୍ୟ ପ୍ରଭାରୀ ଏ ଚେଲ୍ଲା କୁମାର, ଓପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ୟୁନିଟ ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ ଏବଂ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଉପସ୍ଥିତ ଥିଲେ ।
ଖେଳ ପଡିଆରୁ ରାଜନୈତିକ ମଇଦାନକୁ ଓହ୍ଲାଇଥିବା ପ୍ରବୋଧ ତିର୍କୀ କଂଗ୍ରେସରେ ମିଶିବା ପରେ କହିଛନ୍ତି, ମୁଁ ମୋ ଦେଶ ପାଇଁ ଖେଳୁଥିଲି । ଏବେ ମୁଁ ଜନସାଧାରଣଙ୍କ ସେବା କରିବାକୁ ଚାହୁଁଛି । ରାହୁଲ ଗାନ୍ଧୀଙ୍କଠାରୁ ପ୍ରେରିତ ହୋଇ ମୁଁ କଂଗ୍ରେସ ଦଳରେ ସାମିଲ ହୋଇଛି । ମୁଁ ଆଗାମୀ ୨୦୨୪ ବିଧାନସଭା ନିର୍ବାଚନରେ ତାଳସରା ନିର୍ବାଚନ ମଣ୍ଡଳୀରୁ ଲଢିବା ପାଇଁ ଇଚ୍ଛୁକ ଅଛି ।