ଆଇଏଏସ ପରିଚୟ ଦେଇ ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଭେଟିବାକୁ ପ୍ରୟାସ

ଆଇଏଏସ ଅଫିସର ପରିଚୟ ଦେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଅଭିଯୁକ୍ତ ଜଣକ ଓଡିଶାର

ନୂଆଦିଲ୍ଲ୍‌ୀ: ନିଜକୁ ଆଇଏଏସ ଅଫିସର ପରିଚୟ ଦେଇ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଦୁଇ ଅଭିଯୁକ୍ତଙ୍କ ନାମ ଅଭିମନ୍ୟୁ ସେଠୀ (୪୧) ଓ ଅଭିଷେକ ଚୌଧୁରୀ (୨୭) । ଅଭିମନ୍ୟୁ ଓଡିଶାର ବାସିନ୍ଦା ହୋଇଥିବାର ସୂଚନା ମିଳିଛି ।
ସୂଚନାନୁସାରେ, ଗତ ଅଭିମନ୍ୟୁ ଏଲଜିଙ୍କ କାର୍ଯ୍ୟାଳୟକୁ ଯାଇ ନିଜକୁ ଆଇଏଏସ ଅଫିସର ଓବଂ ଅଭିଷେକଙ୍କୁ ଜଣେ ସାଂସଦଙ୍କ ବ୍ୟକ୍ତିଗତ ସହାୟକର ପରିଚୟ ଦେଇ ଦିଲ୍ଲୀ ଏଲଜି ଭିକେ ସକ୍ସେନାଙ୍କୁ ଭେଟିବା ପାଇଁ ଉଦ୍ୟମ କରିଥିଲେ । ସେମାନେ ଏଲଜିଙ୍କୁ ଭେଟିବା ପାଇଁ ପୂର୍ବରୁ ଆପୋଏଂଟମେଂଟ ନେଇଥିଲେ ବୋଲି କାର୍ଯ୍ୟାଳୟରେ ଥିବା କର୍ମଚାରୀଙ୍କୁ କହିଥିଲେ । ତେବେ ଅଧିକ ଯାଂଚ ପରେ ଜଣା ପଡିଥିଲା ସେମାନେ କୌଣସି ଆଇଏଏସ ଅଫିସର ନୁହନ୍ତି । ବରଂ ମିଥ୍ୟା ପରିଚୟ ଦେଇ ଉପରାଜ୍ୟପାଳଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କ ବିରୋଧରେ କୌଣସି ଅପରାଧିକ ରେକର୍ଡ ମିଳି ନଥିବା ବେଳେ ନକଲି ପରିଚୟ ଦେଇଥିବା ଅଭିଯୋଗରେ ଗିରଫ କରାଯାଇଛି ।