ମେଗା ଅନଲାଇନ୍ ପଞ୍ଜି ଦୁର୍ନୀତି: ୩ ଚୀନ୍ ନାଗରିକଙ୍କ ବିରୋଧରେ ଏଲ୍ଓସି ଜାରି

ମେଗା ଅନଲାଇନ୍ ପଞ୍ଜି ଦୁର୍ନୀତିରେ ୩ ଜଣ ଚୀନ୍ ନାଗରିକଙ୍କ ବିରୋଧରେ ଇଓଡବ୍ଲ୍ୟୁ ଏଲ୍ଓସି ଜାରି କରିଛି।

ମାଷ୍ଟରମାଇଣ୍ଡ ଚୀନର ହାଙ୍ଗଜୋ ଅଞ୍ଚଳର

ଭୁବନେଶ୍ବର: ମେଗା ଅନଲାଇନ୍ ପଞ୍ଜି ଦୁର୍ନୀତିରେ ସମ୍ପୃକ୍ତ ଥିବା ୩ ଜଣ ଚୀନ୍ ନାଗରିକଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରାଯାଇଛି। ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଓଡ଼ିଶା ପକ୍ଷରୁ ଏଲଓସି (ଲୁକ୍ ଆଉଟ୍ ସର୍କୁଲାର) ଜାରି କରାଯାଇଛି।

ମେଗା ଅନଲାଇନ୍ ପଞ୍ଜି ଦୁର୍ନୀତିରେ ମାଷ୍ଟରମାଇଣ୍ଡ ଗୁଆନହୁଆ ୱାଙ୍ଗ ଏବଂ ତିନି ଜଣ ଘନିଷ୍ଠ ସହଯୋଗୀ ଯିଏକି ଚୀନ୍ ନାଗରିକ (ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା) ଲିଉ ହୁଆନ୍, ୱେନ୍ହୁଇ ଜେଙ୍ଗ୍, ଜୁ ଜିଆଓଲୁଙ୍କ ବିରୋଧରେ ଏଲ୍ଓସି ଜାରି କରାଯାଇଛି। ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଗୁଆନହୁଆ ୱାଙ୍ଗଙ୍କ ବିରୋଧରେ ଏଲଓସି ଜାରି କରାଯାଇଥିଲା।