ଶପଥ ନେଲେ ଶିବ ଶଙ୍କର ମିଶ୍ର, ଆନନ୍ଦ ଚରଣ ବେହେରା

ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚରଣ ବେହେରା ।

ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ଜଷ୍ଟିସ ତାଳପତ୍ର

କଟକ,୫/୯: ହାଇକୋର୍ଟର ନୂତନ ବିଚାରପତି ଭାବେ ଶପଥ ନେଲେ ଶିବ ଶଙ୍କର ମିଶ୍ର ଓ ଆନନ୍ଦ ଚରଣ ବେହେରା । ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର ଉଭୟଙ୍କୁ ଶପଥ ପାଠ କରାଇଛନ୍ତି । ଚଳିତ ବର୍ଷ ଅଗଷ୍ଟ ମାସରେ ସୁପ୍ରିମକୋର୍ଟ କଲେଜୟମ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଉଭୟଙ୍କୁ ନିଯୁକ୍ତି ପାଇଁ ସୁପାରିସ କରିବା ପରେ ଗତ ସେପ୍ଟେମ୍ବର ୨ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇନଜୀବୀ ଶ୍ରୀ ମିଶ୍ର ଓ ବିଚାର ବିଭାଗୀୟ ଅଧିକାରୀ ଶ୍ରୀ ବେହେରାଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଥିଲେ ।