ସଫଳତାର ଶୀର୍ଷରେ ‘ଗଦାର-୨’

ସଫଳତାର ଶୀର୍ଷରେ ପହଂଚିଛି ‘ଗଦାର-୨’ ।

୫୦୦ କୋଟି କ୍ଲବରେ ପ୍ରବେଶ

ମୁମ୍ବାଇ,୫/୯: ସଫଳତାର ଶୀର୍ଷରେ ପହଂଚିଛି ‘ଗଦାର-୨’ । ବଲିଉଡ ଫିଲ୍ମ ଭାବେ ୫୦୦ କୋଟି କ୍ଲବରେ ପ୍ରବେଶ କରିଛି ‘ଗଦାର-୨’ । ସନ୍ନି ଦେଓଲ ଓ ଅମିଷା ପଟେଲଙ୍କ ଅଭିନୀତ ଫିଲ୍ମ ‘ଗଦାର-୨’ ଘରୋଇ ବକ୍ସ ଅଫିସରେ ଏବେ ରାଜ କରୁଛି । କେବଳ ଭାରତରେ ଏହି ଫିଲ୍ମ ୫୦୦ କୋଟିରୁ ଉର୍ଦ୍ଧ୍ୱ ତଥା ୫୦୧.୮୭ କୋଟି ଟଙ୍କା ଆୟ କରିଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ୬୫୯.୮୮ କୋଟି ଟଙ୍କା ଆୟ କରିଛି ଏବଂ ଆଗକୁ ମଧ୍ୟ ଆହୁରି ଆୟ କରିବ । ଆଗକୁ ଶାହରୁଖ ଖାନଙ୍କ ‘ଜୱାନ’ ରିଲିଜ ହେବାକୁ ଯାଉଛି, ଯାହାକି ‘ଗଦାର-୨’ସହିତ କଡା ଟକ୍କର ଦେବ । ସେହିଭଳି ଆୟୁଷ୍ମାନ ଖୁରାନାଙ୍କ ‘ଡ୍ରିମ ଗାର୍ଲ-୨’ ଏବେ ଯାଏ ୮୫ କୋଟି ଟଙ୍କାରେ ପହଂଚିବାରେ ସଫଳ ହୋଇଥିବା ବେଳେ ଆଗାମୀ ଦିନରେ ୧୦୦ କୋଟି କ୍ଲବରେ ପ୍ରବେଶ କରିବାକୁ ଯାଉଛି । ତେବେ ୫୦୦ କୋଟି କ୍ଲବରେ ସାମିଲ ହୋଇଥିବା ବଲିଉଡ ଫିଲ୍ମ ମଧ୍ୟରେ ‘ଗଦାର-୨’ ତୃତୀୟ ଫିଲ୍ମ । ପୂର୍ବରୁ ଶାହରୁଖ ଖାନଙ୍କ ‘ପଠାନ’ ଏବଂ ପ୍ରଭାସଙ୍କ ବାହୁବଲୀ-୨ ୫୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିଥିଲା ।