ବ୍ରହ୍ମାଣ୍ଡର ଉତ୍ପତି ଅନୁସନ୍ଧାନ କରିବ ଜାପାନ

ଜାପାନ ଏକ୍ସ-ରେ ଟେଲିସ୍କୋପ ନେଇ ଏଚଆଇଆଇ-ଏ ରକେଟର ଉତକ୍ଷେପଣ କରିଛି ।

ଏକ୍ସ-ରେ ଟେଲିସ୍କୋପ ସହ ରକେଟ ଉତକ୍ଷେପଣ

ଟୋକିଓ,୭/୯: ଗୁରୁବାର ଜାପାନ ଏକ ଏକ୍ସ-ରେ ଟେଲିସ୍କୋପ ନେଇ ଏଚଆଇଆଇ-ଏ ରକେଟର ଉତକ୍ଷେପଣ କରିଛି । ଦକ୍ଷିଣ-ପଶ୍ଚିମ ଜାପାନର ତାନେଗାଶିମା ସ୍ପେସ ସେଂଟରରୁ ଉତକ୍ଷେପଣ ହୋଇଥିବା ଏହି ରକେଟର ଲାଇଭ ଭିଡିଓ ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ ଏଜେନ୍ସି ବା ଜାକ୍ସା ନାମରେ ପ୍ରଦର୍ଶିତ କରିଛି ।
ଏଚଆଇଆଇ-ଏ ରକେଟ ଉତକ୍ଷେପଣର ୧୩ ମିନିଟ୍ ପରେ ପୃଥିବୀର କକ୍ଷପଥରେ ଏକ୍ସ-ରେ ଇମେଜିଂ ଆଣ୍ଡ ସ୍ପେକ୍ଟ୍ରୋସ୍କୋପି ମିଶନ ବା ଏକ୍ସଆରଆଇଏସଏମ ନାମକ ଏକ ଉପଗ୍ରହ ସ୍ଥାପନା କରିଥିଲା, ଯାହା ଗାଲାକ୍ସି ମଧ୍ୟରେ ଥିବା ପଦାର୍ଥର ବେଗ ମାପିବ । ଜାକ୍ସା କହିଛି ଯେ, ଏହି ସୂଚନା ମାଧ୍ୟମରେ ମହାକାଶୀୟ ବସ୍ତୁ କିପରି ସୃଷ୍ଟି ହେଲା ତାହା ଅଧ୍ୟୟନ କରିବା ସହ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଥିଲା ତାହାର ରହସ୍ୟର ସମାଧାନ ହୋଇପାରିବ । ଏହା ବ୍ରହ୍ମାଣ୍ଡର ଉତ୍ପତି ସହ କ୍ଷୁଦ୍ର ଚନ୍ଦ୍ର ଲ୍ୟାଣ୍ଡରର ଅନୁସନ୍ଧାନ ମଧ୍ୟ କରିବ । ନାସା ସହଯୋଗରେ ଜାକ୍ସା ବିଭିନ୍ନ ତରଙ୍ଗ ଦୈର୍ଘ୍ୟରେ ଆଲୋକର ଶକ୍ତି, ମହାକାଶରେ ଥିବା ପଦାର୍ଥର ତାପମାତ୍ରା, ଏହାର ଆକୃତି ଏବଂ ଉଜ୍ଜ୍ୱଳତା ଉପରେ ନଜର ରଖିବ ।
ରକେଟ ଉତକ୍ଷେପଣର ପ୍ରାୟ ୪୫ ମିନିଟ ପରେ ଲ୍ୟାଣ୍ଡର ରକେଟରୁ ସଫଳତାର ସହ ଅଲଗା ହୋଇଥିଲା ଏବଂ ଶେଷରେ ଚନ୍ଦ୍ରରେ ଅବତରଣ କରିବା ପାଇଁ ଏହାର ଉପଯୁକ୍ତ ଟ୍ରାକରେ ଅଗ୍ରସର ହୋଇଥିଲା । ଏହି ଅତ୍ୟାଧୁନିକ ଜାପାନୀ ରକେଟରେ ସ୍ମାର୍ଟ ଲ୍ୟାଣ୍ଡର ଫର ଇନଭେଷ୍ଟିଗେସନ ମୁନ୍ ବା ଏସଏଲଆଇଏମ ନାମକ ଏକ ହାଲୁକା ଚନ୍ଦ୍ର ଲ୍ୟାଣ୍ଡର ରହିଛି । ଉତକ୍ଷେପଣ ପରେ ସ୍ମାର୍ଟ ଲ୍ୟାଣ୍ଡର ୩ରୁ ୪ ମାସ ପର୍ଯ୍ୟନ୍ତ ଚନ୍ଦ୍ରକକ୍ଷରେ ପ୍ରବେଶ ନ କରି ଆସନ୍ତା ବର୍ଷ ପ୍ରାରମ୍ଭରେ ଅବତରଣ କରିବାକୁ ଚେଷ୍ଟା କରିବ ବୋଲି ଏଜେନ୍ସି କହିଛି । ଭବିଷ୍ୟତରେ ଚନ୍ଦ୍ର ଯାନ ଏବଂ ଅନ୍ୟ ଗ୍ରହରେ ଅବତରଣ ପାଇଁ ପ୍ରସ୍ତିତି ଚଳାଇଛି ଜାକ୍ସା । ଏଥିପାଇଁ ପିନ ପଏଂଟ ଲ୍ୟାଣ୍ଡିଂ ଟେକ୍ନୋଲୋଜି ବିକଶିତ କରୁଛି ।
ବିଗତ କିଛି ମାସ ମଧ୍ୟରେ ଦୁଇ ଥର ଚନ୍ଦ୍ରକୁ ଲ୍ୟାଣ୍ଡର ପଠାଇବାରେ ବିଫଳ ହେବା ପରେ ଏବେ ତୃତୀୟ ଥର ପାଇଁ ପଠାଇଛି । ଏପ୍ରିଲ ମାସରେ ଚନ୍ଦ୍ରରେ ଅବତରଣ କରିବାକୁ ଯାଇ ଲ୍ୟାଣ୍ଡର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେହିପରି ଫେବୃୟାରୀ ମାସରେ ରକେଟ ଉତକ୍ଷେପଣରେ ତ୍ରୁଟି ଦେଖାଯିବାରୁ ତାକୁ ସ୍ଥଗିତ ରଖିଥିଲା, କିନ୍ତୁ ଏକ ମାସ ପରେ ଉଡାଣ ଭରିଥିଲେ ବି କୌଣସି ତ୍ରୁଟି ପରିଲକ୍ଷିତ ହେବାରୁ ରକେଟକୁ ନଷ୍ଟ କରାଯାଇଥିଲା ।