ଆଜି ମାଗଣାରେ ଯାତ୍ରା କରିବେ ଭୁବନେଶ୍ୱରବାସୀ

ଆଜି ଭୁବନେଶ୍ୱରରେ ମାଗଣାରେ ଯାତ୍ରା କରି ପାରିବେ ଯାତ୍ରୀ ।

ମୋ ଇ-ବସ, ଇ-ରିକ୍ସାରେ ସୁବିଧା ଉପଲବ୍ଧ

ଭୁବନେଶ୍ୱର,୭/୯: ଆଜି ଭୁବନେଶ୍ୱରରେ ମାଗଣାରେ ଯାତ୍ରା କରି ପାରିବେ ଯାତ୍ରୀ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ପକ୍ଷରୁ ଭୁବନେଶ୍ୱରରେ ଚାଲୁଥିବା ୫୦ଟି ମୋ ଇ-ବସ ଓ ଇ-ରିକ୍ସାରେ ମାଗଣାରେ ଯାତ୍ରା କରି ପାରିବେ । ବିଏମସି ଓ କ୍ରୁଟର ମିଳିତ ଉଦ୍ୟମରେ ଏହି ଯାତ୍ରା ମିଳିବ । ବିଏମସି ଟ୍ୱିଟ କରିଛି ଯେ, ଉଜଟଞପଈଈଝଜ ଏବଂ ଅଭଜ୍ଞମଭଭଗ୍ଦକ୍ସ ମିଳିତ ଭାବେ ୰ଓଦ୍ଭଗ୍ଧରକ୍ସଦ୍ଭବଗ୍ଧସକ୍ଟଦ୍ଭବକ୍ଷଊବଚ୍ଚଙଲଉକ୍ଷରବଦ୍ଭଇସକ୍ସୠକ୍ଟକ୍ସଈକ୍ଷଙ୍କରଝଳସରଗ୍ଦ ପାଳନ କରୁଛୁ । ଆସନ୍ତୁ ଏକ ସ୍ୱଚ୍ଛ, ସବୁଜ ଭବିଷ୍ୟତ ପାଇଁ ଯାତ୍ରା ଆରମ୍ଭ କରିବା । ସେପ୍ଟେମ୍ବର ୭ରେ ମୋ ଇ-ବସ ଏବଂ ମୋ ଇ-ରାଇଡ ଉପରେ ଆଲୋଚନା କରନ୍ତୁ ଏବଂ ସ୍ଥାୟୀତା ଦିଗରେ ଯୋଗଦାନ କରିବାକୁ ପ୍ରତିଶ୍ରୁତି ଦିଅନ୍ତୁ । ଆସନ୍ତୁ ସବୁଜ ଭବିଷ୍ୟତ ପାଇଁ ବାଟ ଖୋଲିବା ।