ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ମହିଳା ସଂରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ କରିଛନ୍ତି ।

ଜନଗଣନା ପରେ ଆଇନରେ ଲାଗୁ ହେବ

ନୂଆଦିଲ୍ଲୀ,୨୯/୯: ଲୋକସଭା ଓ ରାଜ୍ୟସଭାରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଇନ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏବେ ଏହି ବିଲ୍ ଆନୁଷ୍ଠାନିକ ଭାବେ (୧୦୬ତମ ସଂଶୋଧନ) ଆଇନ ନାମରେ ପରିଚିତ ହେବ । ପରବର୍ତୀ ଜନଗଣନା ଏବଂ ପରବର୍ତୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ପର୍ଯ୍ୟନ୍ତ ଏହି ଆଇନ କାର୍ଯ୍ୟକାରୀ ହେବା ପାଇଁ କିଛି ସମୟ ଲାଗିବ । ଏହି ଆଇନ କାର୍ଯ୍ୟକାରୀ ହେଲେ ମହିଳାଙ୍କ ପାଇଁ ନିର୍ଦ୍ଦିଷ୍ଟ ଆସନ ନିର୍ଦ୍ଧାରଣ କରିବ ।