ଭୁବନେଶ୍ୱର ୧ନଂ ହାଟ ବନ୍ଦ

ଭୁବନେଶ୍ୱର ୧ନଂ ହାଟର ସବୁ ଦୋକାନ ବନ୍ଦ ।

ସବୁ ଦୋକାନ ବନ୍ଦ

ଭୁବନେଶ୍ୱର,୨୯/୯: ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ । ସେମାନଙ୍କ ଦାବି ପୂରଣ ନହେବାରୁ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ଏହି ନିଷ୍ପତି ନେଇଛି । ପାର୍କିଂ, ଡ୍ରେନେଜ ବ୍ୟବସ୍ଥା ଓ ବେଆଇନ ଜବରଦଖଲ ଉଚ୍ଛେଦ ପାଇଁ ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି ବୋଲି ସଂଘ ପକ୍ଷରୁ କୁହାଯାଇଛି । ରାସ୍ତାଘାଟରେ ଅସ୍ଥାୟୀ ବେପାରୀଙ୍କ ସଂଖ୍ୟା ବଢୁଛି ଏବଂ ଗାଡି ପାର୍କିଂ କରିବାକୁ ଅନୁମତି ନଥିବାରୁ ଗ୍ରାହକମାନେ ବଜାରକୁ ଯିବାକୁ ପସନ୍ଦ କରୁନାହାନ୍ତି ବୋଲି ସଂଘ କହିଛି ।