ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ

ବାଚସ୍ପତି ଆଜି ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ ରଖିଛନ୍ତି ।

ବିରୋଧୀଙ୍କ ପ୍ରତି ଅସମ୍ମାନ: ବିଜେପି

ଭୁବନେଶ୍ୱର,୩୦/୯: ଆଜି ଅଧିବେଶନ ଚାଲିଥିବା ସମୟରେ ଗୃହ ମଝିରେ ବିଜେପି ସଭ୍ୟଙ୍କ ପ୍ରବଳ ହଙ୍ଗାମା ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଅପରାହ୍ଣ ୪ଟା ଯାଏଁ ଓଡିଶା ବିଧାନସଭାକୁ ମୁଲତବୀ ରଖାଯାଇଛି । ଦୁଇ ବିଧାୟକ ମୁକେଶ ମହାଲିଙ୍ଗ ଓ ମୋହନ ମାଝୀଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିଜେପି ସଦସ୍ୟ ଦାବି କରିଛନ୍ତି । ଏହା ସହ ବିରୋଧୀ ଦଳର ନେତାଙ୍କୁ ଭାଷଣ ଦେବା ପାଇଁ ବାଚସ୍ପତି ଅନୁମତି ନଦେବାରୁ ବିଜେପି ବିଧାୟକମାନେ ବିରୋଧ କରିବା ସହ ଏହା ତାଙ୍କ ପ୍ରତି ଅସମ୍ମାନ ବୋଲି ଅଭିଯୋଗ କରିଛନ୍ତି । ବାଚସ୍ପତି ବାରମ୍ବାର ନିବେଦନ କରିବା ସତ୍ୱେ ଗୃହ ନଚାଲିବାରୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରଖିଛନ୍ତି ।