କାଲିଠୁ ଅବୈଧ ହେବ ୨୦୦୦ଟଙ୍କିଆ ନୋଟ୍‌

କାଲିଠୁ ଅବୈଧ ହେବ ୨୦୦୦ଟଙ୍କିଆ ନୋଟ୍ ।

ଦେଖନ୍ତୁ କ’ଣ ରହିଛି ଗାଇଡଲାଇନ

ନୂଆଦିଲ୍ଲୀ,୩୦/୯: ଆଉ ଚଳିବନି ୨୦୦୦ ଟଙ୍କିଆ ନୋଟ୍ । ସେପ୍ଟେମ୍ବର ୩୦ ତଥା ଆଜି ସୁଦ୍ଧା ୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଗାଇଡଲାଇନ ଜାରି କରିଥିଲା ଆରବିଆଇ । ସେପ୍ଟେମ୍ବର ୩୦ ସୁଦ୍ଧା ନୋଟ ବଦଳା ନଗଲେ ୨୦୦୦ ଟଙ୍କିଆ ନୋଟର ମୂଲ୍ୟ ହ୍ରାସ ପାଇବ ବୋଲି ସ୍ପଷ୍ଟୀକରଣ କରିଛି ଆରବିଆଇ । ଗତ ମେ ୧୯ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟ ପ୍ରଚଳନରୁ ଦୂରେଇ ନେଇଥିଲା ଏବଂ ଲୋକଙ୍କୁ ଏହା ଜମା ଓ ବଦଳାଇବାକୁ ୪ ମାସ ସମୟ ଦେଇଥିଲା । ସେପ୍ଟେମ୍ବର ୩୦ ପରେ ଏହି ନୋଟଗୁଡିକ ଆଇନଗତ ଟେଣ୍ଡର ଭାବେ ବିବେଚନା କରାଯିବ, କିନ୍ତୁ ଏହାକୁ ନେଇ କାରବାର କରାଯାଇ ପାରିବ ନାହିଁ । କିନ୍ତୁ ଅନ୍ୟ କୌଣସି ବ୍ୟାଙ୍କ ଏହି ନୋଟ ଗ୍ରହଣ ନକଲେ ମଧ୍ୟ ଆରବିଆଇରେ ଏହା ବଦଳା ଯାଇ ପାରିବ ।