ଗୃହ ମୁଲତବି ପରେ ଶାସକ ବିରୋଧୀ ମୁହାଁମୁହିଁ

ଗୃହ ମୁଲତବି ପରେ ଶାସକ ବିରୋଧୀ ପରସ୍ପରକୁ ଦାୟୀ କରିଛନ୍ତି।

ଗଣମାଧ୍ୟମରେ ରଖିଲେ ପ୍ରତିକ୍ରିୟା

ଭୁବନେଶ୍ବର,୩୦/୯: ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କରିବା ପରେ ଶାସକ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି। ଶାସକ ବିରୋଧୀଙ୍କୁ ଦାୟୀ କରିଥିବା ବେଳେ ବିରୋଧୀ ଶାସକଙ୍କୁ ଦାୟୀ କରିଛି। ଗଣମାଧ୍ୟମ ସାମନାରେ ପରସ୍ପର ଉପରେ ଦୋଷାରୋପ କରିଛନ୍ତି।

ଏହି ପ୍ରସଙ୍ଗରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘‘ଓଡ଼ିଶା ଲୋକଙ୍କ ସ୍ବାର୍ଥ ପାଇଁ ବିଜେପିର ଚିନ୍ତା ନାହିଁ। ସ୍ବଳ୍ପ ସମୟ ଅଧିବେଶନରେ ଅନେକ ପ୍ରସଙ୍ଗ ରହିଛି। ଶାସକ ଦଳ ପ୍ରସ୍ତୁତ ଅଛି କିନ୍ତୁ ବିଜେପି ଅଚଳ କରୁଛି।”

ସେହିପରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି,
‘‘ଶାସକ ଦଳକୁ ସଙ୍କଟ ଆସିଲେ ଗୃହ ବନ୍ଦ କରୁଛନ୍ତି। ଗଣ୍ଡଗୋଳ ହେଲେ ସର୍ବଦଳୀୟ ବୈଠକରେ ସମାଧାନ ହୁଏ। କିନ୍ତୁ ଶାସକ ଦଳ ସମାଧାନ ବାହାର କରିବାକୁ ଉଦ୍ୟମ କରୁନି।”

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଗୃହ ଚାଲି ନପାରିବା ଦୁର୍ଭାଗ୍ୟଜନକ। ସ୍ବାସ୍ଥ୍ୟ ବ୍ୟବସ୍ଥା ନେଇ ମୁଲତବି ପ୍ରସ୍ତାବ ଥିଲା, ତାହା ହେଲାନି। ଯାହା ହେଉଛି ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ହେଉନାହିଁ।”