‘ସମ୍ବାଦ’ର ସମ୍ପାଦକ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା

‘ସମ୍ବାଦ’ର ସମ୍ପାଦକ ପଦରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଇସ୍ତଫା ଦେଇଛନ୍ତି ।

ଝିଅ ତନୟା ପଟ୍ଟନାୟକ ନେବେ ଦାୟିତ୍ୱ

ଭୁବନେଶ୍ୱର,୦୨/୧୦: ‘ସମ୍ବାଦ’ର ସମ୍ପାଦକ ପଦ ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ତାଙ୍କ ଝିଅ ତଥା ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ‘ସମ୍ବାଦ’ର ନୂତନ ନିର୍ଦ୍ଦେଶିକା ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କ ସ୍ଥାନରେ ‘ସମ୍ବାଦ’ର ସମ୍ପାଦିକା ଭାବେ ଦାୟିତ୍ୱ ତୁଲାଇବେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ଋଣ ଠକେଇ ମାମଲାରେ ସୌମ୍ୟରଞ୍ଜନଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ସଭାପତି ନବୀନ ପଟ୍ଟନାୟକ । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ସୂଚନା ମିଳିଛି ।