ଓଡିଶା ଲୋକସେବା ଭବନରେ ଅଗ୍ନିକାଣ୍ଡ

ଓଡିଶା ଲୋକସେବା ଭବନରେ ଅଗ୍ନିକାଣ୍ଡ ଘଟିଛି ।

ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ

ଭୁବନେଶ୍ୱର,୦୩/୧୦: ଭୁବନେଶ୍ୱର ଲୋକସେବା ଭବନରେ ମଙ୍ଗଳବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ବିଲ୍ଡିଂର ପ୍ରଥମ ମହଲାରେ ଥିବା ରାଜସ୍ୱ ବିଭାଗରେ ଏହି ଅଗ୍ନିକାଣ୍ଡ ଦେଖିବାକୁ ମିଳିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ଏସିରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ କରିବାରୁ କେହି ଆହତ ହୋଇନଥିଲେ କିମ୍ବା ବଡ ଧରଣର କ୍ଷୟକ୍ଷତି ହୋଇନଥିଲେ ।