ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭା ମୁଲତବୀ

ବାଚସ୍ପତି ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ।

ବିରୋଧୀଙ୍କ ହଙ୍ଗାମା

ଭୁବନେଶ୍ୱର,୦୩/୧୦: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଜନବିରୋଧୀ ମନ୍ତବ୍ୟ ଦେଇଥିବାରୁ ବିଜେପି ସଦସ୍ୟମାନେ ହଙ୍ଗାମା କରିବାରୁ ମଙ୍ଗଳବାର ଅପରାହ୍ନ ୪ଟା ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ରଖିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ । ଗୃହ ଆରମ୍ଭ ହେବା ମାତ୍ରେ ଭାରତୀୟ ଜନତା ପାର୍ଟି (ବିଜେପି) ବିଧାୟକମାନେ ସ୍ଲୋଗାନ ଦେଇ ହଙ୍ଗାମା କରିବା ଆରମ୍ଭ କରି ଦେଇଥିଲେ । ସେମାନେ ଦାବି କରିଛନ୍ତି ଯେ, ସୋମବାର ଗୃହରେ ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱୟଂ ପ୍ରୋତ୍ସାହିତ ବିବୃତିରେ ବ୍ୟବହାର କରିଥିବା ଜନବିରୋଧି ଶବ୍ଦକୁ ହଟାଇ ଦିଆଯାଉ । ଏ ନେଇ ହୋହଲ୍ଲା ହେବାରୁ ବାଚସ୍ପତି ଗୃହ ପରିଚାଳନା କରିବାରେ ଅସୁବିଧା ହେବାରୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ।