ଜାପାନରେ ଚଳିତବର୍ଷର ସେପ୍ଟେମ୍ବର ସବୁଠୁ ଉତପ୍ତ ମାସ

ଜାପାନରେ ଚଳିତବର୍ଷର ସେପ୍ଟେମ୍ବର ସବୁଠୁ ଉତପ୍ତ ମାସ ବୋଲି ଜାପାନ ପାଣିପାଗ ଏଜେନ୍ସି କହିଛି ।

୧୨୫ ବର୍ଷର ରେକର୍ଡ ଭାଙ୍ଗିଲା

ଟୋକିଓ,୦୩/୧୦: ଚଳିତବର୍ଷର ସେପ୍ଟେମ୍ବର ମାସ ଜାପାନ ପାଇଁ ସବୁଠୁ ଉତପ୍ତ ମାସ । ଜାପାନରେ ୧୨୫ ବର୍ଷ ପୂର୍ବେ ପାଣିପାଗ ରେକର୍ଡ ଆରମ୍ଭ ହେବା ପରଠାରୁ ଚଳିତବର୍ଷର ସେପ୍ଟେମ୍ବର ମାସ ଜାପାନର ସବୁଠୁ ଉତପ୍ତ ମାସ । ୧୮୯୮ରେ ପରିସଂଖ୍ୟାନ ଆରମ୍ଭ ହେବା ପରଠାରୁ ଏହା ସର୍ବୋଚ୍ଚ ରେକର୍ଡ । ସେପ୍ଟେମ୍ବର ମାସର ହାରାହାରି ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ୨.୬୬ ଡିଗ୍ରୀ ଅଧିକ ବୋଲି ଜାପାନ ପାଣିପାଗ ଏଜେନ୍ସି କହିଛି । ଗତ ମାସରେ ସମଗ୍ର ଜାପାନରେ ୧୫୩ଟି ପର୍ଯ୍ୟବେକ୍ଷଣ ସ୍ଥାନ ମଧ୍ୟରୁ ୧୦୦ଟି ସ୍ଥାନରେ ହାରାହାରି ତାପମାତ୍ରା ରେକର୍ଡ ଭାଙ୍ଗିଥିଲ, ଯେଉଁଥିରେ ଟୋକିଓରେ ସର୍ବକାଳୀନ ସର୍ବୋଚ୍ଚ ତାପମାତ୍ରା ୨୬.୭ ଡିଗ୍ରୀ ସେଲସିୟସ (୮୦ ଡିଗ୍ରୀ ଫାରେନହାଇଟ), ଓସାକାରେ ୨୭.୯ ଡିଗ୍ରୀ ସେଲସିୟସ ଏବଂ ନାଗୋୟାରେ ୨୭.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।
ଜଳବାୟୁ ପରିବର୍ତନ ଦ୍ରୁତ ଗତିରେ ଆଗକୁ ବଢୁଥିବାରୁ ଚଳିତ ବର୍ଷ ମାନବ ଇତିହାସରେ ସବୁଠୁ ଉତପ୍ତ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଅନ୍ୟପକ୍ଷରେ ଅଷ୍ଟ୍ରିଆ, ଫ୍ରାନ୍ସ, ଜର୍ମାନୀ, ପୋଲାଣ୍ଡ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶ ମଧ୍ୟ ସେମାନଙ୍କର ସବୁଠାରୁ ଉତପ୍ତ ସହର ଭାବେ ସେପ୍ଟେମ୍ବରକୁ ଘୋଷଣା କରିଛି । ଫ୍ରାନ୍ସ ପାଣିପାଗ ଏଜେନ୍ସି କହିଛି, ସେପ୍ଟେମ୍ବର ମାସର ହାରାହାରି ତାପମାତ୍ରା ୨୧.୫ ଡିଗ୍ରୀ ସେଲସିୟସ ରହିବ, ଯାହା କି ୧୯୯୧-୨୦୨୦ ରେଫରେନ୍ସ ଅବଧିଠାରୁ ୩.୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ବ୍ରିଟେନ ମଧ୍ୟ ୧୮୮୪ରେ ରେକର୍ଡ ଆରମ୍ଭ ହେବା ପରଠାରୁ ସବୁଠାରୁ ଉଷ୍ମ ସେପ୍ଟେମ୍ବର ବୋଲି କହିଛି । ସେହିଭଳି ଜୁନ, ଜୁଲାଇ ଏବଂ ଅଗଷ୍ଟରେ ବିଶ୍ୱର ହାରାହାରି ତାପମାତ୍ରା ପୂର୍ବ ୨୦୧୯ ରେକର୍ଡକୁ ଅତିକ୍ରମ କରିଛି ।